Latest Odisha News

BREAKING NEWS

ଭାରସାମ୍ୟ ହରାଇ ଖାଇକୁ ଖସିଲା ଭ୍ୟାନ୍; ୧୦ ମୃତ

ଶ୍ରୀନଗର: ଅଶୁଭ ଶୁକ୍ରବାର । ଭୟଙ୍କର ସଡ଼କ ଦୁର୍ଘଟଣା । ଚାଲିଗଲା ୧୦ ଜଣଙ୍କ ଜୀବନ । ରାମବନ୍ ନିକଟ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ଟ୍ୟାକ୍ସି ଖାଇରେ ଖସିଯିବାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯାତ୍ରୀମାନେ ଏକ ଟ୍ୟାକ୍ସିରେ ଜାମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ତୁରନ୍ତ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ସୂଚନା ଅନୁସାରେ, ୧୦ ଜଣ ଲୋକ ଏକ ଟ୍ୟାକ୍ସିରେ ଶ୍ରୀନଗର ଯାତ୍ରା କରୁଥିଲେ । ବିଳମ୍ୱିତ ରାତିରେ ରାମବନର ବ୍ୟାଟେରୀ ଚାଶମା ନିକଟରେ ଟ୍ୟାକ୍ସିଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା। ସ୍ଥାନୀୟ ପୋଲିସ୍, ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଏବଂ ରାମବନର ସିଭିଲ୍ କୁଇକ୍ ରେସପନ୍ସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସକାଳୁ ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଦୁର୍ଘଟଣାରେ ଟ୍ୟାକ୍ସି ଭିତରେ ଥିବା ସମସ୍ତ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମୃତକ ୧୦ ଜଣଙ୍କ ମଧ୍ୟରୁ ୨ଜଣଙ୍କର ପରିଚୟ ମିଳିଛି । ଜଣେ ଜମ୍ମୁର କାର୍ ଡ୍ରାଇଭର ବଲୱାନ ସିଂ ଏବଂ ଅନ୍ୟ ଜଣେ ବିହାରର ପଶ୍ଚିମ ଚମ୍ପାରନର ବିପିନ ମୁଖିଆ । ପୋଲିସ ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଦୁର୍ଘଟଣା କିପରି ଘଟିଲା ସେନେଇ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.