Latest Odisha News

କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ, ବିଜେଡିରେ ମିଶିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ । ଏଆଇସିସି ସଭାପତିଙ୍କ ନିକଟକୁ ସେ ନିଜର ଇସ୍ତଫାପତ୍ର ପଠାଇଦେଇଛନ୍ତି । ଦଳର ପ୍ରାଥମିକ ସଦସ୍ୟ, ବଲାଙ୍ଗିର ଜିଲ୍ଲା ସଭାପକି ଓ ଏଆଇସିସି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସୁରେନ୍ଦ୍ର ସିଂ ଭୋଇ ।

ଏହାପରେ ସେ ବିଜେଡି ରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି । ପ୍ରଥମେ ସେ ୧୯୯୫ ଏବଂ ୨୦୦୦ ନିର୍ବାଚନରେ କଂଗ୍ରେସର ପ୍ରତିନିଧିତ୍ୱ କରି ଦୁଇଥର ସଇଁତଲା ବିଧାନସଭା ଆସନରୁ ଜିତିଥିଲେ । ସୁରେନ୍ଦ୍ର ସିଂ ଭୋଇ ୨୦୦୯ ରେ ଟିଟିଲାଗଡ ବିଧାନସଭା ଆସନରୁ ବିଧାୟକ ଭାବରେ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ । ଦୀର୍ଘ ୩୮ ବର୍ଷ ଧରି ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରେ ରହିଆସିଥିଲେ ।

କିଛି ଦିନ ପୂର୍ବେ ଅଧିରାଜ ପାଣିଗ୍ରାହୀ ଓ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିଲେ । ଏବେ ସୁରେନ୍ଦ୍ର ସିଂ ଭୋଇଙ୍କ ଦଳ ଛାଡିବା କଂଗ୍ରେସ ପାଇଁ ଆଉ ଏକ ଝଟକା ହୋଇଛି ।

Leave A Reply

Your email address will not be published.