Latest Odisha News

BREAKING NEWS

ଏପ୍ରିଲ୍ ୪ ରୁ ଜେଇଇ ମେନ୍ ପର୍ଯ୍ୟାୟ-୨ ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ୍) ୨୦୨୪ ପର୍ଯ୍ୟାୟ-୨ ପରୀକ୍ଷା ଏପ୍ରିଲ ୪ ରୁ ଆରମ୍ଭ ହେବ । ଏଥିପାଇଁ ଦଶର ୩୧୯ ଟି ସହର ଏବଂ ଦେଶ ବାହାରର ୨୨ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି । ଏନେଇ ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ଜାରି କରାଯାଇଥିବା ଓ୍ବେବସାଇଟରେ ଆବେଦରକାରୀଙ୍କ ଆଡମିଟ୍ କାର୍ଡ ସହ ପରୀକ୍ଷା କେନ୍ଦ୍ର ତାଲିକା ଉପଲବ୍ଧ ହେଉଛି ।

ଦ୍ୱିତୀୟ ଅଧିବେଶନ ପାଇଁ ପଞ୍ଜୀକୃତ ହୋଇଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ jeemain.nta.ac.in ରୁ ଉଭୟ ପେପର ୧ ଏବଂ ପେପର ୨ ପାଇଁ ଜେଇଇ ମେନ୍ ପରୀକ୍ଷା କେନ୍ଦ୍ର ଡାଉନଲୋଡ୍ କରିପାରିବେ । ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ପାସୱାର୍ଡ ବ୍ୟବହାର କରି ଲଗ୍ ଇନ୍ କରି ପରୀକ୍ଷା କେନ୍ଦ୍ର ସହ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

ଏପ୍ରିଲ ୪, ୫, ୬, ୮, ଓ ୯ ତାରିଖରେ ବିଇ ଏବଂ ବିଟେକ୍ ପେପର-୧ ପରୀକ୍ଷା ଅନୁଷ୍ଠିତ ହେବ । ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ । ସକାଳ ୯ ରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ-୧ ପରୀକ୍ଷା ହେବାକୁ ଥିବାବେଳେ, ଅପରାହ୍ନ ୩ଟାରୁ ସନ୍ଧ୍ୟା, ୬ଟା ପର୍ଯ୍ୟନ୍ତ ସିଫ୍ଟ-୨ ପରୀକ୍ଷା ହେବ ।

Leave A Reply

Your email address will not be published.