Latest Odisha News

BREAKING NEWS

ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀ ଗାଡ଼ି; ୨ ମୃତ, ୧୦ ଆହତ

ଜୟପୁର: ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀ ଗାଡ଼ି। ଦୁର୍ଘଟଣାରେ ୧୦ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଖଟଲାପଦର ବ୍ରିଜରୁ ଖସିଲା ପିକ୍ ଅପ୍ ଭ୍ୟାନ୍। ଏହି ଘଟଣାରେ ୧୦ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତ ଦଳପୁର ଅଞ୍ଚଳର ହୋଇଥିବା ସୂଚନା ରହିଛି।

ସୂଚନା ଅନୁସାରେ ଦଳପୁର ଅଞ୍ଚଳର ୨୦ରୁ ଅଧିକ ଲୋକ ଏକ ପିକ୍‌ଅପ୍‌ ଭ୍ୟାନରେ ବିବାହ ଭୋଜିକୁ ଯୋଗଦେବାକୁ ଯାଉଥିଲେ। ଦିନ ପ୍ରାୟ ୧୨ ଟା ସମୟରେ ଖଟଲାପଦର ବ୍ରିଜ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୧୦ଜଣ ବରଯାତ୍ରୀ ଆହତ ହୋଇଛନ୍ତି।

ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଖବର ପାଇ ପ୍ରଥମେ ନିକଟସ୍ଥ ଥାନା ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ୱୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଛନ୍ତି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଡ୍ରାଇଭର ନିଶାସକ୍ତ ଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି।

Leave A Reply

Your email address will not be published.