Latest Odisha News

BREAKING NEWS

ଏସଟିଏଫ ହାତରେ ନକଲି ଇଡି, ୨ ଠକ ଗିରଫ

ଭୁବନେଶ୍ଵର; ମହଙ୍ଗା ପଡିଲା ନିଜକୁ ଇଡି କହି ଲୋକଙ୍କୁ ଠକିବା । ୨ ନକଲି ଇଡି ଅଫିସରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ୨ ଅଭିଯୁକ୍ତ ହେଲେ ଢେଙ୍କାନାଳ ଦୋଳମଣ୍ଡପସାହିର ତାରିଣୀସେନ ମହାପାତ୍ର ଓ ବ୍ରହ୍ମଶଙ୍କର ମହାପାତ୍ର । ୩୦୦ ସରକାରୀ କର୍ମଚାରୀଙ୍କୁ ଇଡି ଅଫିସର କହି ଚୂନା ଲଗେଇଛନ୍ତି ଏହି ୨ନକଲି ଇଡି ଅଫିସର ।

ସୂଚନା ଅନୁସାରେ, ଢେଙ୍କାନାଳ ଅଞ୍ଚଳରେ ନିଜକୁ ଇଡି ଅଫିସର କହି ବିଭିନ୍ନ ସରକାରି କର୍ମଚାରୀଙ୍କୁ ଚୂନା ଲଗାଇଥିଲେ ଏହି ଦୁଇ ଭାଇ । ପାଖାପାଖି ୩୦୦ ଲୋକଙ୍କୁ ଠକି ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ହାତେଇଛନ୍ତି ଦୁହେଁ । ଛତ୍ରପୁର ଉପଜିଲ୍ଲାପାଳ ତଥା ଏସଡିଏମ ଦେବଦତ୍ତ ମହନ୍ତଙ୍କ ଅଭିଯୋଗକ୍ରମେ ତଦନ୍ତ କରିଥିଲା STF । ଉଚ୍ଚ ଶିକ୍ଷିତ ଏହି ଦୁଇ ଭାଇ ବିଳାସପୂର୍ଣ୍ଣ ଜୀବନ ବଞ୍ଚିବାକୁ ଏଭୀ ଠକେଇ ପନ୍ଥା ଆପଣେଇଥିଲେ ।

ଝାଡଖଣ୍ଡ ରାଞ୍ଚିରେ ଏହି ଦୁଇ ଭାଇ ଭଡାରେ ରହୁଥିଲେ । ଏକ ଏନଜିଓ ମଧ୍ୟ ଚଳାଉଥିଲେ ଏହି ଦୁଇ ଠକ । ତାଙ୍କ ଫୋନ ପେ ଯୋଗେ ୧୬ ଲକ୍ଷରୁ ଅଧିକ ଟଙ୍କା ଟ୍ରାଞ୍ଜାକସନ ହୋଇଥିବା ଜାଣିବାକୁ ପାଇଛି ପୋଲିସ । ଟଙ୍କା ନେଇ ମିଛ କ୍ଲିଅରାନ୍ସ ରିପୋର୍ଟ ଦେଉଥିଲେ ଦୁହେଁ । ଗିରଫ ବେଲେ ସେମାନଙ୍କ ଠାରୁ ଡେସ୍କଟପ, ମୋବାଇଲ, ବ୍ୟାଙ୍କ ପାସବୁକ, ମିଛ ପରିଚୟ ପତ୍ର, ୧୭ଟି ଏଟିଏମ କାର୍ଡ ଜବତ କରାଯାଇଛି ଏସଟିଏଫ । ଗିରଫ ପରେ ଦୁଇ ଠକଙ୍କୁ କୋର୍ଟଚାଲାଣ କରିଛି ଏସଟିଏଫ ।

 

Leave A Reply

Your email address will not be published.