Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣା; ୧୦ ମୃତ, ୨୩ରୁ ଅଧିକ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶସ୍ଥିତ ରେୱା ସହର ନିକଟରେ ଥିବା ଏକ ବାଇପାସ୍ ରୋଡ୍ ଠାରେ ଗୁରୁବାର ସକାଳେ ଏକ ବସ୍-ଟ୍ରକ୍ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିବା ସହ ୨୩ରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ‘ପ୍ରଧାନ’ ଟ୍ରାଭେଲସର ଏକ ଯାତ୍ରୀବାହୀ ବସ୍ ଉକ୍ତ ବାଇପାସ୍ ରୋଡ୍ ନିକଟରେ ଯାଉଥିବା ବେଳେ ହଠାତ୍ ଅନ୍ୟଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ଏହି ଦୁର୍ଘଟଣାରେ ପାଖାପାଖି ୧୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତମାନଙ୍କୁ ଉଦ୍ଧାର କରିଛନ୍ତି ।

ତେବେ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତାହତଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି ।

Leave A Reply

Your email address will not be published.