Latest Odisha News

BREAKING NEWS

ବ୍ରାହ୍ମ ମୂହୁର୍ତ୍ତରେ ଉଠନ୍ତୁ, ଏହିସବୁ ଚମତ୍କାରୀ ଲାଭ ପାଆନ୍ତୁ…

ବ୍ରାହ୍ମ ମୂହୁର୍ତ୍ତରେ ଉଠିଲେ କେଉଁ ପ୍ରକାରର ଲାଭ ହୋଇଥାଏ ଆଉ କେଉଁପ୍ରକାରର କ୍ଷତି ହୋଇଥାଏ ତାହା ସମସ୍ତେ ଜାଣିବା ଉଚିତ ।
ଭୋର ୪  ରୁ ଭୋର ୫ଟା ପର୍ଯ୍ୟନ୍ତ ବ୍ରାହ୍ମ ମୂହୁର୍ତ୍ତର ସମୟ । ଏଇ ସମୟରେ ସମସ୍ତ ବେଦ ଅଧ୍ୟୟନ, ଯୋଗ ଅଭ୍ୟାସ, ଧ୍ୟାନ, ସମସ୍ତ ଅଧ୍ୟାତ୍ମିକ କାର୍ଯ୍ୟ କରାଯାଇଥାଏ ।

ପ୍ରତିଦିନ ବ୍ରାହ୍ମ ମୂହୁର୍ତ୍ତରେ ଉଠିଲେ ମାନସିକ ଓ ଶାରିରୀକ ରୋଗ ହୁଏ ନାହିଁ, ଚେହେରା ସବୁବେଳେ ଉଜ୍ଜ୍ୱଳ ରହିଥାଏ । ଚେହେରା କେବେ ମଳିନ ପଡି ନଥାଏ ।

ଏଇ ସମୟରେ ଉଠିଲେ ପେଟ ସମସ୍ୟା ଆପେ ଆପେ ଦୂର ହୋଇଜାଇଥାଏ । ଏହାର କାରଣ ବ୍ରାହ୍ମ ମୂହୁର୍ତ୍ତରେ ଯେଉଁ ଶୀତଳ ପବନ ହିଁ ସୁସ୍ଥ ରଖିଥାଏ ।

ଏଇ ସମୟରେ ୧୦ରୁ ୧୫ ମିନିଟ ଯୋଗ ଅଭ୍ୟାସ କରିଲେ ଦିନ ଭରି ଥକା ପଣ ରୁହେ ନାହିଁ ।

ଆୟୁର୍ବେଦ କଥା ଅନୁସାରେ ଚନ୍ଦ୍ରମା ଯୁକ୍ତ ଶୀତଳ ପବନ ହିଁ ସ୍ୱାସ୍ଥ୍ୟ ପାଇଁ ଅତି ମୂଲ୍ୟବାନ ଅଟେ । ତେଣୁ ଏଇ କାରଣରୁ ଏହାକୁ ଅମୃତବେଳା ବୋଲି ମଧ୍ୟ କୁହାଯାଏ ।

ଯେଉଁମାନେ ଏଇ ସମୟରେ ଉଠନ୍ତି ନାହିଁ ସେମାନେ ଅନେକ ସମସ୍ୟା ଭୋଗିଥାନ୍ତି । ବ୍ୟକ୍ତି ଆଳସ୍ୟ ପରାୟଣ ହୋଇଯାଇଥାଏ । ଦିନ ସାରା କାମ କରିବାରେ ଏହା ବାଧା ସୃଷ୍ଟି କରିଥାଏ । ପେଟ-ସମସ୍ୟା ଅଧିକରୁ ଅଧିକ ହୋଇଥାଏ । ଶରୀରର ତାପମାତ୍ରା ବଢିଥାଏ । ଯାହା ଗଣ୍ଠି ଯନ୍ତ୍ରଣା ସମସ୍ୟା ସୃଷ୍ଟି କରିଥାଏ ।

ବିଜ୍ଞାନ ଦୃଷ୍ଟିରେ ବ୍ରାହ୍ମ ମୂହୁର୍ତ୍ତରେ ଶତକଡା ୪୧ ଭାଗ ଅକ୍ସିଜେନ , ଶତକଡା ୫୫ ଭାଗ ନାଇଟ୍ରୋଜେନ, ଶତକଡା ୪ ଭାଗ କାର୍ବନ ଡ଼ାୟକସାଇଡ଼ ମିଳିଥାଏ । ଏହାର ଅର୍ଥ ଏଇ ସମୟରେ ପ୍ରକୃତି ଶୁଦ୍ଧ ଅବସ୍ଥାରେ ରହିଥାଏ । ଏହା ମାନସିକ ସ୍ଥିରତା ଓ ଶାନ୍ତି ଦେଇଥାଏ ।

Leave A Reply

Your email address will not be published.