Latest Odisha News

BREAKING NEWS

ଏହି ଜିଲ୍ଲାରୁ ଚିହ୍ନଟ ହେଲେ କୁମ୍ଭ ମେଳାରୁ ଫେରିଥିବା ୧୦ ଜଣ ପଜିଟିଭ୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକକୁ କୁମ୍ଭ ମେଳାରୁ ୨୯ ଜଣ ଫେରିଥିବା ବେଳେ ୧୦ ଜଣଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି । ୨୯ ଜଣ ରବିବାର ଜିଲ୍ଲାକୁ ଫେରିଥିଲେ । ଆଣ୍ଟିଜେନ୍ ଟେଷ୍ଟରେ ସେମାନଙ୍କ ରିପୋର୍ଟ ପଜିଟଭ୍ ଆସିଛି । କୁମ୍ଭ ମେଳାରୁ ରାୟଗଡ଼ା ଜିଲ୍ଲାକୁ ପ୍ରାୟ ୭୦ ଫେରିଛନ୍ତି ।

ସୋମବାର ହରିଦ୍ୱାରରୁ ଫେରିଥିବା ୨୦ ଜଣଙ୍କୁ ପ୍ରଶାସନ କୋଭିଡ୍ କେୟାର୍ ସେଣ୍ଟରରେ ରଖିଛି । ଏସଆରସିଙ୍କ ନିର୍ଦ୍ଦେଶ ଅନୁସାରେ ସେମାନେ ୧୪ ଦିନ ଲାଗି ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବେ । ଆରଟି-ପିସିଆର୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଲେ ମଧ୍ୟ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଛନ୍ତି ।

କୁମ୍ଭ ଫେରନ୍ତାଙ୍କ ଲାଗି ରାୟଗଡ଼ା ରେଲୱେ ଷ୍ଟେସନରେ ଚେକ୍ ପଏଣ୍ଟ୍ସ କରାଯାଇଛି । ଏଥିସହ ଏନଏନଏମ୍ ଓ ଅଙ୍ଗନୱାଡ଼ି କର୍ମୀ କୁମ୍ଭ ଫେରନ୍ତାଙ୍କ ଉପରେ ନଜର ରଖିଛନ୍ତି । ଜେକେପୁର କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତ ରଖାଯାଇଥିବା ବେଳେ ଫେରୁଥିବା ପ୍ରବାସୀ କୋଭିଡ୍ ସଂକ୍ରମିତ ହୋଇଥିଲେ ୬ଟି କୋଭିଡ୍ କେୟାର ସେଣ୍ଟର ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.