Latest Odisha News

‘ଇରେଡା’ ପକ୍ଷରୁ ଶ୍ରୀମନ୍ଦିରକୁ ଆହୁରି ୧୦ଟି ବ୍ୟାଟେରୀ ଚାଳିତ ଅଟୋ ପ୍ରଦାନ

ପୁରୀ: ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଉତ୍ସବରେ ଯୋଗଦେଇଥିଲେ କେନ୍ଦ୍ର ନୂତନ ଓ ନବୀକରଣ ଶକ୍ତି ଏବଂ ଖାଦ୍ୟଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଏହି ଅବସରରେ ସେ ଶ୍ରୀମନ୍ଦିର ପ୍ରଶାସନକୁ ୧୦ଟି ବ୍ୟାଟେରୀ ଚଳିତ ଅଟୋ ପ୍ରଦାନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଅକ୍ଷୟ ଶକ୍ତି ସଂସ୍ଥା ‘ଇରେଡା’ ପକ୍ଷରୁ ଭକ୍ତଙ୍କ ସୁବିଧା, ବିଶେଷ ଭାବେ ବୃଦ୍ଧ ବୃଦ୍ଧା ଯେଭଳି ସହଜରେ ଶ୍ରୀମନ୍ଦିର ପରିଦର୍ଶନ କରିପାରିବେ, ସେଥିପାଇଁ ୧୦ଟି ଅଟୋ ପ୍ରଦାନ କରାଯାଇଛି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଅକ୍ଷୟ ଉର୍ଜା ଶକ୍ତି ମାଧ୍ୟମରେ ୫୦୦ ଜିଗା ୱାଟ୍ ବିଦ୍ୟୁତ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ୨୧୨ ଜିଗା ୱାଟ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୋଇଛି । ଇରେଡାକୁ ନବରତ୍ନ ମାନ୍ୟତା ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.