Latest Odisha News

ଗାଁରେ ଭାଲୁ ଆତଙ୍କ, ଭୟରେ ଦିନ କାଟୁଛନ୍ତି ଲୋକେ

କେନ୍ଦୁଝର : ଚମ୍ପୁଆ ରେଞ୍ଜ ବାଲିବନ୍ଧ ଅଞ୍ଚଳରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ୧୦ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ଜଙ୍ଗଲରୁ ଗୋଟାଏ ଭାଲୁ ବାଲିବନ୍ଧ ଅଞ୍ଚଳକୁ ପଶି ଆସିଥିଲା । ରାସ୍ତାରେ ଯାଉଥିବା କିଛି ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ଆକ୍ରମଣରେ ୬ ଜଣ ଗୁରୁତର ଆହତ ହୋଇଥିଲେ ।

ଆହତ ମାନଙ୍କୁ ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ବର୍ତ୍ତମାନ ଗୁରୁତର ଏହି ୬ଜଣଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଆହତମାନେ ହେଲେ ବାଲିବନ୍ଧ, ଫକିରପୁର, ତୁଳସିପୁର, ବାଘିଆନସା, ନହବେଡ଼ା ଓ ଖେଣ୍ଡରା ଗାଁର ଲୋକେ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଭାଲୁକୁ ଘୋଡ଼ାଇଥିଲା ।

Leave A Reply

Your email address will not be published.