Latest Odisha News

ଦୁଇ ବର୍ଷର ବ୍ୟାନ୍ ପରେ ଫେସ୍‌ବୁକ୍‌ସ ଓ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ପୁଣିଥରେ ଫେସ୍‌ବୁକ୍‌ସ ଓ ଇନ୍‌ଷ୍ଟାଗ୍ରାମ୍‌କୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦୁଇ ବର୍ଷ ବ୍ୟାନ୍ ଲାଗିବା ପରେ ‘ମେଟା’ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ପୁନଃ ସକ୍ରିୟ କରି ଦେଇଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ କ୍ୟାପିଟଲରେ ଦଙ୍ଗା ସୃଷ୍ଟି କରିଥିଲେ। ଟ୍ରମ୍ପ ମଧ୍ୟ ବାରମ୍ବାର ସୋସିଆଲ୍ ମିଡିଆରେ ଉତ୍ତେଜନାମୁଳକ ପୋଷ୍ଟ କରି ଲୋକଙ୍କୁ ଉସ୍‌କାଉଥିଲେ। ଏହାପରେ ମେଟା ତାଙ୍କର ଫେସ୍‌ବୁକ୍‌ ଓ ଇନ୍‌ଷ୍ଟା ଆକାଉଣ୍ଟକୁ ବ୍ୟାନ୍ କରିଦେଇଥିଲା।

ଏବେ ଟ୍ରମ୍ପଙ୍କର ଦୁଇଟି ଆକାଉଣ୍ଟକୁ ପୁଣିଥରେ ରିଷ୍ଟୋର୍ କରିବା ନେଇ ଫେସ୍‌ବୁକ ପ୍ୟାରେଣ୍ଟ କମ୍ପାନୀ ମେଟା ବ୍ଲଗ୍‌ ଜରିଆରେ ସୂଚନା ଦେଇଛି। ଜନତା ସେମାନଙ୍କର ନେତାଙ୍କୁ ଶୁଣିବା ଦରକାର। ସେ ଭଲ କହୁଛନ୍ତି ନା ଖରାପ ଏସବୁ ଜାଣିବା ପରେ ଜନତା ତାଙ୍କ ପସନ୍ଦରେ ଭୋଟ ଦେଇପାରିବେ ବୋଲି ମେଟା ବ୍ଲଗ୍‌ରେ ଲେଖିଛି। ତା ସହିତ ଟ୍ରମ୍ପଙ୍କୁ ଚେତାବନୀ ବି ଦେଇଛି।

ଏଥିରେ କୁହାଯାଇଛି ଯେ ଯଦି ଆଗକୁ ଟ୍ରମ୍ପ ପୁଣି ନିୟମ ଉଲ୍ଲଂଘନକାରୀ ପୋଷ୍ଟ କରନ୍ତି ତେବେ ତାଙ୍କ ପୋଷ୍ଟକୁ ହଟାଇ ଦିଆଯିବ। ଓ ମାମଲାର ଗମ୍ଭୀରତା ଦେଖି ତାଙ୍କ ଆକାଉଣ୍ଟକୁ ଏକ ମାସ କିମ୍ବା ୨ ବର୍ଷ ପର୍ଯ୍ୟନ୍ତ ପୁଣିଥରେ ବ୍ୟାନ୍ କରିଦିଆଯିବ। ସୂଚନା ଥାଉକି ୨୦୨୧ରେ ଫେସ୍‌ବୁକ୍‌ ଟ୍ରମ୍ପଙ୍କର ଆକାଉଣ୍ଟ ନିଲମ୍ବିତ କରିଥିଲା।

ଏହା ପୂର୍ବରୁ ଟ୍ରମ୍ପଙ୍କର ଟ୍ୱିଟର ଆକାଉଣ୍ଟ ମଧ୍ୟ ପୁନ ସକ୍ରିୟ ହୋଇଛି। ଏନେଇ ଟ୍ୱିଟର ମାଲିକ ଇଲନ ମସ୍କ ଜନମତ ସଂଗ୍ରହ କରିଥିଲେ। ଏହାପରେ ତାଙ୍କ ଆକାଉଣ୍ଟକୁ ଅନ୍‌ବ୍ଲକ୍ କରାଯାଇଥିଲା। ତେବେ ଅନ୍‌ବ୍ଲକ ହେବା ପରଠାରୁ ଟ୍ରମ୍ପ ଗୋଟିଏ ବି ଟ୍ୱିଟ୍ କରି ନାହାନ୍ତି।

Leave A Reply

Your email address will not be published.