Latest Odisha News

BREAKING NEWS

SCO ବୈଠକରେ ଭୁଟ୍ଟୋଙ୍କ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ନିମନ୍ତ୍ରଣ କରିବ ଭାରତ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ସମ୍ପର୍କ ଧୀରେ ଧୀରେ ସୁଧୁରିବା ଭଳି ମନେ ହେଉଛି। ନିକଟରେ ଦୁବାଇରେ ଭାରତ ଉତ୍ତମ ସମ୍ପର୍କ ରଖିବା କଥା କହିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହେବାଦ ସରିଫ। ଆଉ ଏବେ ଭାରତ ଗୋଆରେ ହେବାକୁ ଥିବା ସାଂଘାଇ କୋପରେସନ ଅର୍ଗାଇନାଇଜେସନ(SCO) ମିଟିଂରେ ଯୋଗ ଦେବାକୁ ପାକିସ୍ତାନକୁ ନିମନ୍ତ୍ରଣ କରିଛି। ଗତକାଲି ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା। ଆଉ ଏବେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କୁ ମଧ୍ୟ ବୈଠକରେ ନିମନ୍ତ୍ରଣ କରାଯିବ ବୋଲି ସୂଚନା ମିଳିଛି।

ମେ ମାସକେ ଭାରତର ଗୋଆରେ SCO ବୈଠକ ଆୟୋଜିତ ହେବ। ଏଥିପାଇଁ ପୂର୍ବରୁ ଚୀନ ବିଦେଶ ମନ୍ତ୍ରୀ କ୍ୱିନ ଗାଙ୍ଗ ଓ ପାକିସ୍ତାନ ବିଦେଶ ମନ୍ତ୍ରୀ ହିଲାୱାଲ ଭୁଟ୍ଟୋଙ୍କୁ ନିମନ୍ତ୍ରଣ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ଉଭୟ ଦେଶର ବିଦେଶ ମନ୍ତ୍ରୀଙ୍କୁ ଡକାଯାଇଥିଲା। ହେଲେ ଭୁଟ୍ଟୋ ଓ ଗାଙ୍ଗ ବୈଠକରେ ଯୋଗ ଦେବେ କି ନାହିଁ ସେ ନେଇ ଉଭୟ ଦେଶ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।

ସୂଚନା ଥାଉକି ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି। ୨୦୧୧ ପରଠାରୁ ଦୁଇ ଦେଶ ମଧ୍ୟରେ ସମସ୍ତ ସମ୍ପର୍କ ଏକପ୍ରକାର ଛିନ୍ନ ହୋଇଛି। ଯଦି ପାକିସ୍ତାନ ବିଦେଶ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏହି ବୈଠକରେ ଯୋଗ ଦେବାକୁ ନିଷ୍ପତ୍ତି ନିଅନ୍ତି ତେବେ ୧୦୧୧ ପରେ ଏହା ପାକିସ୍ତାନର ପ୍ରଥମ ସରକାରୀ ଭାରତ ଗସ୍ତ ହେବ। ଶେଷଥର ପାଇଁ ୨୦୧୧ରେ ପାକିସ୍ତାନ ତତ୍‌କାଳୀନ ବିଦେଶ ମନ୍ତ୍ରୀ ହୀନା ରବାନୀ ଖର ଭାରତ ଗସ୍ତରେ ଆସିଥିଲେ।

୨୦୧୧ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ଖରାପ ହୋଇଯାଇଥିଲା। ୨୦୧୪ ପରଠାରୁ ମୋଦୀ ସରକାରଙ୍କର ଦୃଢ଼ ଆତଙ୍କବାଦୀ ବିରୋଧୀ ପଦକ୍ଷେପ ଯୋଗୁ ପାକିସ୍ତାନ ଭାରତକୁ ଶତ୍ରୁ ବୋଲି ଭାବି ଆସୁଛି। ଏହାପରେ ପୁଲୱାମା ଆତଙ୍କାଦୀ ଆକ୍ରମଣର ଯବାବ ଦେଇ ଭାରତ ପାକିସ୍ତାନ ବାଲାକୋଟରେ ଫେବ୍ରୁଆରୀ ମାସରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ଏଥିରେ ଭାରତ ପାକିସ୍ତାନ ସମ୍ପର୍କରେ ଆହୁରି ତିକ୍ତତା ବଢ଼ିଯାଇଥିଲା।

ପୁଣି ୨୦୧୯ରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇ ନେବା ମଧ୍ୟ ଉଭୟ ଦେଶର ସମ୍ପର୍କରେ ତିକ୍ତତା ଆଣିଦେଇଥିଲା। ପାକିସ୍ତାନ ଏହି ଘଟଣାକୁ ଅନ୍ତର୍ଜାତୀୟ ସ୍ତରରେ ଉଠାଇଥିବା ବେଳେ କୌଣସି ଦେଶ ପାକିସ୍ତାନର ସମର୍ଥନ କରି ନଥିଲେ।

କହି ରଖୁଛୁ ଯେ ଭାରତ ବର୍ତ୍ତମାନ ୯ ଦେଶର ସଂଗଠନ ଏସ୍‌ସିଓର ଅଧ୍ୟକ୍ଷ ରହିଛି। ଗତ ସେପ୍ଟମ୍ବର ଭାରତ ସାଂଘାଇ କୋପରସେନ ଅର୍ଗାନାଇଜେସନ୍‌ର ଅଧ୍ୟକ୍ଷ ହୋଇଥିଲା। ଏହି ସଂଗଠରେ ଚୀନ, ଋଷ, କଜାକିସ୍ତାନ, କିରଗିସ୍ତାନ, ତଜାକିସ୍ତାନ ଓ ଉଜବେକିସ୍ତାନ ରହିଛନ୍ତି। ଚଳିତ ବର୍ଷ ଏହି ସଂଗଠନରେ ବିଦେଶମନ୍ତ୍ରୀଙ୍କର ବୈଠକରେ ଗୋଆରେ ହେବ। ଏଥିପାଇଁ ସମସ୍ତ ସଦସ୍ୟ ରାଷ୍ଟ୍ର ବିଦେଶ ମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯାଇ ସାରିଛି।

 

Leave A Reply

Your email address will not be published.