Latest Odisha News

BREAKING NEWS

କେରଳରେ ମହିଳା ଟ୍ରେନ ଯାତ୍ରୀଙ୍କ ନିକଟରୁ ମିଳିଲା ମାତ୍ରାଧିକ ବିସ୍ଫୋଟକ ସାମଗ୍ରୀ

କୋଝିକୋଡ: କେରଳରେ ସୁରକ୍ଷାକର୍ମୀମାନେ ଜଣେ ମହିଳା ଟ୍ରେନ ଯାତ୍ରୀଙ୍କ ନିକଟରୁ ବହୁ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଏହି ମହିଳାଙ୍କ ନିକଟରୁ ୧୦୦ ଜିଲେଟିନ ଛଡ ଓ ୩୫୦ ଡେଟୋନେଟର ମିଳିଛି । ବାଲାକୋଟ ଷ୍ଟ୍ରାଇକର ୨ ବର୍ଷ ପୂର୍ତି ସମୟରେ ଏତେ ମାତ୍ରାରେ ବିସ୍ଫୋଟକ ସାମଗ୍ରୀ ଏକ ବଡ ଧରଣର ଷଡଯନ୍ତ୍ରକୁ ପଦାରେ ପକାଉଛି ।

ପୋଲିସ ଘଟଣାରେ ଥିବା ଆତଙ୍କବାଦୀ ଲିଙ୍କକୁ ଖୋଜୁଛି । ଗୁରୁବାର ସନ୍ଧ୍ୟାବେଳେ ମଧ୍ୟ ରିଲାୟନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ୨୦ ଜିଲେଟିନ ଛଡ ମିଳିଥିଲା । ଏହି ଘଟଣାର ତଦନ୍ତ କ୍ରାଇମବ୍ରାଂଚ କରୁଛି ।

Leave A Reply

Your email address will not be published.