Latest Odisha News

BREAKING NEWS

ନିର୍ବାଚନୀ ତାରିଖ ଘୋଷଣା ହେବା ପୂର୍ବରୁ ମମତାଙ୍କ ଘରେ ହେଲା ବିଶେଷ ପୂଜା 

କୋଲକାତା:ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟରେ ଆଜି ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ । ଏହି ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ସ୍ଵତନ୍ତ୍ର ପୂଜା ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି । କୋଲକାତା ସ୍ଥିତ ମୁଖ୍ୟମନ୍ତ୍ରୀ ବାସଭବନରେ ମମତା ଏହି ପୂଜା ଆୟୋଜନ କରିଛନ୍ତି । 

ସେପଟେ ନିର୍ବାଚନୀ ତାରିଖ ଘୋଷଣା ପୂର୍ବରୁ ରାଜ୍ୟରେ ବିଜେପି ରଣହୁଙ୍କାର ଦେଇଛି । ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀରେ ନିର୍ବାଚନି ତାରିଖ ଘୋଷଣା ହେବ । ତେବେ ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ତୃଣମୂଳ କଂଗ୍ରେସକୁ କଡା ଟକ୍କର ଦେବ ବୋଲି ଅନୁମାନ କରାଯାଉଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅମିତ ଶାହା ରଣକ୍ଷେତ୍ରକୁ ଓହ୍ଲାଇଛନ୍ତି ।

Leave A Reply

Your email address will not be published.