Latest Odisha News

BREAKING NEWS

ଜି-୨୦ ପାଇଁ ଦିଲ୍ଲୀରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା: ନିୟୋଜିତ ରହିବେ ୧୦୦୦ ସ୍ପେଶାଲ୍ କମାଣ୍ଡୋ ଓ ୩୦୦ ବୁଲେଟ୍ ପ୍ରୁଫ୍ ଗାଡ଼ି

ନୁଆଦିଲ୍ଳୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି ।  ସିଆରପିଏଫର ୫୦ ସ୍ପେଶାଲ୍ ଟିମ୍  ସ୍କାନରରେ ରହିବ ଦିଲ୍ଲୀ ।ଏହି ଟିମରେ ପାଖାପାଖି ୧୦୦୦ ଅଭିଜ୍ଞ ସୈନ୍ୟଙ୍କୁ ସାମିଲ କରାଯାଇଛି । ଏହି ୧୦୦୦ ଯବାନ ପୂର୍ବରୁ ଭିଆଇପିଙ୍କ ସୁରକ୍ଷା କାମରେ ନିୟୋଜିତ ଥିଲେ । ଏବେ  ଏହି ଯବାନମାନଙ୍କୁ ନେଇ ଗଠିତ ଟିମ ଭିଆଇପିଙ୍କ ସୁରକ୍ଷାରେ ନିୟୋଜିତ ରହିବେ ।

ସିଆରପିଏଫର ସ୍ପେଶାଲ କମାଣ୍ଡୋ ଟିମ୍ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନବନ୍ଦର ଏବଂ ଗାଜିଆବାଦ ହିଡନ ଏୟାରବସ ଠାରୁ ପ୍ରଗତୀ ମୈଦାନର ଜି-୨୦ ସମ୍ମିଳନୀ କକ୍ଷ ପର୍ଯ୍ୟନ୍ତ ନିୟୋଜିତ ରହିବେ । ଅତିଥିମାନଙ୍କ ପାଇଁ ୩୦୦ଟି ବୁଲେଟପ୍ରୁଫ୍ ଗାଡିର ବ୍ୟବସ୍ଥା ମଧ୍ୟ କରାଯାଇଛି ।ଅତିଥିମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର  ଏପରି ବ୍ୟବସ୍ଥା କରିଛନ୍ତି ।

ବିଦେଶରୁ ଆସୁଥିବା ଅତିଥିମାନଙ୍କ ପାଇଁ ଦିଲ୍ଲୀ ଏନସିଆରର ୯ଟି ହୋଟେଲ ଓ ଦିଲ୍ଲୀରେ ୨୩ଟି ହୋଟେଲର ବ୍ୟବସ୍ଥା କରାଯାଇଛି । ସୂଚନାଥାଉ କି, ଦିଲ୍ଲୀଠାରେ ସେପ୍ଟେମ୍ବର ୭ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟାଜିତ ହେବ ଜି-୨୦ ବୈଠକ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଏକାଧିକ ଦେଶର ରାଷ୍ଟ୍ରମୁଖ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଜି-୨୦ ସମ୍ମିଳନୀରେ ଉନ୍ନତ ମାନର ସୁରକ୍ଷା ବ୍ୟବସ୍ଥା ପାଇଁ ଗୃହ ମନ୍ତ୍ରଣାଳୟରେ ଅନେକ ଥର ଗୁରୁତ୍ୱପୁ୍ର୍ଣ୍ଣ ଆଲୋଚନା ହୋଇସାରିଛି ।

 

Leave A Reply

Your email address will not be published.