Latest Odisha News

BREAKING NEWS

ଦ୍ୱିତୀୟଥର ପାଇଁ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କର କାର୍ଯ୍ୟକାଳ

ଭୁବନେଶ୍ୱର: ପୁଣି ବଢ଼ିଲା ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସୁରେଶଙ୍କ କାର୍ଯ୍ୟକାଳ ଆଉ ୬ ମାସ ଲାଗି ବୃଦ୍ଧି କରାଯାଇଛି । ଦ୍ୱିତୀୟଥର ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କର କାର୍ଯ୍ୟକାଳ ବଢ଼ିଛି ।

ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି କେନ୍ଦ୍ର ସରକାର । ୨୦୨୩ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି । ୧୯୮୬ ବ୍ୟାଚର ଆଇଏଏସ୍ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଗତ ଫେବ୍ରୁଆରୀରେ ସରୁଥିଲା । ରାଜ୍ୟ ସରକାର କେନ୍ଦ୍ରର ଅନୁମତି କ୍ରମେ କାର୍ଯ୍ୟକାଳ ୬ ମାସ ବଢ଼ାଇଥିଲେ । ଏବେ ପୁଣି ଆଉ ୬ ମାସ ବଢ଼ିଛି କାର୍ଯ୍ୟକାଳ ।

 

Leave A Reply

Your email address will not be published.