Latest Odisha News

BREAKING NEWS

ଟ୍ରେନ ଦୁର୍ଘଟଣାର ୧୦ ଦିନ; ଚିହ୍ନଟ ହୋଇନି ୮୧ ଶବ, ବାହାନଗାରେ ଆଜି ସାମୁହିକ ମୁଣ୍ଡନ ଓ ଦଶାହ କାର୍ଯ୍ୟକ୍ରମ 

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାର ଆଜି ୧୦ମ ଦିନ ।  ଅର୍ଥାତ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କର ୧୦ ଦିନ ବିତିଗଲାଣି । ତଥାପି ଅନେକ ଶବ ଚିହ୍ନଟ ହୋଇନି । ଭୁବନେଶ୍ୱର ଏମ୍ସରେ କଣ୍ଟେନରେ ରହିଛି ଶବ । ୮୧ଟି ଶବକୁ ଏ ଯାଏ ଚିହ୍ନଟ କରାଯାଇନି । ଗୋଟିଏ ଗୋଟିଏ ଶବ ଉପରେ ଏକାଧିକ ଦାବିଦାର ଥିବାରୁ ଚିହ୍ନଟ ପକ୍ରିୟାରେ ବିଳମ୍ବ ହେଉଛି ବୋଲି କହିଛନ୍ତି ଏମ୍‌ସ ଅତିରିକ୍ତ ନିର୍ଦ୍ଦେଶକ ପ୍ରଭାସ ତ୍ରିପାଠୀ ।

ଶ୍ରୀ ତ୍ରିପାଠୀ କହିଛନ୍ତି, କଣ୍ଟେନରରେ ଥିବା ସମସ୍ତ ମୃତଦେହ ଅବସ୍ଥା ଠିକ ରହିଛି । କିପରି ମୃତଦେହକୁ ଅଧିକ ଦିନ ରଖ ଯାଇପାରିବ ସେ ନେଇ ଚେଷ୍ଟା ଜାରି ରହିଛି । ମୃତଦେହ ହସ୍ତାନ୍ତର କରିବା ପାଇଁ ପ୍ରୟାସ ଜାରି ରହିଛି । ଏନେଇ ସମ୍ପର୍କୀୟ ମାନଙ୍କ ଠାରୁ ୭୧ଟି ଡିଏନ୍‌ଏ ନମୂନା ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠାଯାଇଛି ।

ପ୍ରକ୍ରିୟା ଶେଷ ହେବା ପରେ  ଯଦି ମୃତଦେହ ଚିହ୍ନଟ ହୋଇ ନ ପାରିଲା ତେବେ  ମୃତଦେହ ସତ୍କାର ହେବ । ଏନେଇ ଏମ୍‌ସ୍ ଓ ବିଏମସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ ସମ୍ମାନର ସହ ବୈଜ୍ଞାନିକ ପଦ୍ଧତିରେ ଶବ ଦାହ କରାଯିବ ବୋଲି କହିଛନ୍ତି ଡାକ୍ତର ତ୍ରିପାଠୀ ।

ଏଥିପାଇଁ ଭୁବନେଶ୍ୱରରେ ୪ଟି ସ୍ଥାନରେ ଶବଦାହ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଥିବା  ଜଣାପଡ଼ିଛି । ଏଗୁଡିକ ହେଲା, ଆଇଗିଣିଆ, ଭରତପୁର, ଚନ୍ଦ୍ରଶେଖରପୁର ଓ ସତ୍ୟନଗର ମଶାଣି   । ସେଥିପାଇଁ କାଠ ଓ ଅନ୍ୟାନ୍ୟ ଜିନିଷପତ୍ରର ଆୟାେଜନ ସରିଛି ।  ଏମ୍‌ସ୍ ଓ ରେଳ ବିଭାଗ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଶବଦାହ ପକ୍ରିୟା ଆରମ୍ଭ ହେବ ।

ସୂଚନାଥାଉ କି, ଦ୍ରୁ୍ଘଟଣା ପରେ ଚିହ୍ନଟ ହୋଇ ନ ଥିବା ୧୬୨ଟି ଶବ ଏମ୍‌ସରେ ରଖା ଯାଇଥିଲା । ଏଥି ମଧ୍ୟରୁ ୮୧ଟି ପରବର୍ତ୍ତୀ ସମୟରେ ଚିହ୍ନଟ ହୋଇ ପରିବାରକୁ  ହସ୍ତାନ୍ତର କରାଯାଇଥିଲା । ବାକି ୮୧ଟି ମୃତଦେହକୁ ସଂରକ୍ଷିତ ରଖାଯାଇଛି ।

ଅନ୍ୟପକ୍ଷେ   ବାହାନଗାରେ ପାଳିତ ହେଉଛି ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଦଶାହ କାର‌୍ୟ୍ୟ । ଏଥିପାଇଁ ଏଠାରେ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇଛି ।  ସାମୁହିକ ମୁଣ୍ଡନ କାର‌୍ୟ୍ୟକ୍ରମ ମଧ୍ୟ ଚାଲିଛି ।   ୩ ଦିନ ଧରି ଏହି କାର‌୍ୟ୍ୟକ୍ରମ ଚାଲିବ ।

Leave A Reply

Your email address will not be published.