Latest Odisha News

BREAKING NEWS

ଅଭୁଲା ଗୀତ : ମନ ମାରି ଦେ’ନା

ସଙ୍ଗୀତ : ଶ୍ରୀକୁମାର ଗୀତ
ଗୀତ : ନରସିଂହ ମହାପାତ୍ର
ଗାୟନ : ମହମ୍ମଦ ସିକନ୍ଦର ଆଲାମ୍‌, ସିପ୍ରା ବୋଷ
ଚଳଚ୍ଚିତ୍ର :  ବନ୍ଧନ, ୧୯୬୯

ମନ ମାରି ଦେ’ନା
ନାୟକ: ନା ନା ନା ରେ
ମନ ମାରି ଦେ’ନା
ନା ନା ନା ରେ
ମନ ମାରି ଦେ’ନା
ତୁ ମନ ମାରିଲେ
ଜଳେ ମୋ ଦୁନିଆ
ତୁ ମନ ମାରିଲେ
ଜଳେ ମୋ ଦୁନିଆ
ନାୟିକା: ଯା ଯା ଯା’ରେ
ମୋ ସାଥେ ଲଗାନା
ରାଗିଲେ ଥରେ ମୁଁ
ହେବୁରେ ଛାନିଆ
ରାଗିଲେ ଥରେ ମୁଁ
ହେବୁରେ ଛାନିଆ
ନାୟକ: ନା ନା ନାରେ
ମନ ମାରିଦେନା
ନାୟିକା: ଯା ଯା ଯାରେ
ମୋ ସାଥେ ଲଗାନା
ନାୟକ: ତୋ କାନି ତଳେ ଲୋ
ଏଇ ମୋ ପରାଣ
ତୁ ପରା ମୋହରି
ଥିବୁ ଜୀବନ
ତୋ କାନି ତଳେ ଲୋ
ଏଇ ମୋ ପରାଣ
ତୁ ପରା ମୋହରି
ଥିବୁ ଜୀବନ
ନାୟିକା: ତୁଚ୍ଛାକୁ ଏତେ
ମୁଦି ନାହିଁ ଗୋଡ଼
କଚାଡୁ କେତେ
ମହତ ସାରିବି
କଥା ତୁ ବଢ଼଼ାନା
ମହତ ସାରିବି
କଥା ତୁ ବଢ଼଼ାନା
ତୋ ହାତ ଧରିରେ
ମୁଁ ହୀନିମାନିଆ
ନାୟକ: ନା ନା ନାରେ
ମନ ମାରିଦେନା
ନାୟିକା: ଯା ଯା ଯାରେ
ମୋ ସାଥେ ଲଗାନା
ନାୟିକା: ଘର କରି ଯେବେ
ଘର ନ ହସିଲା
ସେ ଘରେ ଆଉ କି
ମନ ମୋ ରହିଲା
ଘର କରି ଯେବେ
ଘର ନ ହସିଲା
ସେ ଘରେ ଆଉ କି
ମନ ମୋ ରହିଲା
ନାୟକ: କଥାରେ କହି
ଦଇବ ଦଉଡ଼ି ମଣିଷ ଗାଈ
ଡାକିଲେ ଜଗାକୁ
ଶୁଣିବ ବେଦନା
ଡାକିଲେ ଜଗାକୁ
ଶୁଣିବ ବେଦନା
ଏ ଦୁଃଖ ହେବ ଲୋ
ତୋ’ ଦୁଇ ଦିନିଆ
ନାୟିକା: ଯା ଯା ଯାରେ
ମୋ ସାଥେ ଲଗାନା
ନାୟକ: ନା ନା ନାରେ
ମନ ମାରିଦେନା
ନାୟିକା: ରାଗିଲେ ଥରେ ମୁଁ
ହେବୁରେ ଛାନିଆ
ନାୟକ: ତୁ ମନ ମାରିଲେ
ଜଳେ ମୋ ଦୁନିଆ
ନାୟିକା: ଯା ଯା ଯାରେ
ମୋ ସାଥେ ଲଗାନା
ନାୟକ: ନା ନା ନାରେ
ମନ ମାରିଦେନା
ନାୟିକା: ଯା ଯା ଯା’ରେ
ମୋ ସାଥେ ଲଗାନା
ରାଗିଲେ ଥରେ ମୁଁ
ହେବୁରେ ଛାନିଆ
ନାୟକ: ନା ନା ନା ରେ
ମନ ମାରି ଦେ’ନା
ତୁ ମନ ମାରିଲେ
ଜଳେ ମୋ ଦୁନିଆ

 

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Leave A Reply

Your email address will not be published.