Latest Odisha News

ପାଣି ପାଇପ୍ ଚୋରି ଅଭିଯୋଗରେ ଟୁଙ୍ଗୁର ଭୋଳ ସମେତ ୧୧ ଗିରଫ

ଭୁବନେଶ୍ବର: କୋଟିଏ ଟଙ୍କାର ପାଇପ ଚୋରି ଅଭିଯୋଗରେ ୧୧ ଜଣଙ୍କୁ ବାନ୍ଧିଲା ଚନ୍ଦକା ପୋଲିସ I ଆରଡବ୍ଲୁଏସଏସ କମ୍ପାନୀର ବହୁ ମୂଲ୍ୟବାନ ପାଣି ପାଇପ୍ ରାଜ୍ୟର ବିଭିନ୍ନ ସ୍ଥାନରୁ ଚୋରି ହେବା ନେଇ ଅଭିଯୋଗ ହୋଇଥିଲା । ଏକ ୧୫ ଜଣିଆ ଗ୍ୟାଙ୍ଗ ଏହି ପାଇପ୍ ଚୋରିରେ ସାମିଲ ଥିବା ନେଇ ଖବରପାଇବା ପରେ ଖୋଳତାଡ କରିଥିଲା ପୋଲିସ ।

ଉକ୍ତ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସୁଧୀର ବେହେରାକୁ ପ୍ରଥମେ କାବୁ କରିଥିଲା ଚନ୍ଦକା ପୋଲିସ । ସୁଧୀର ବେହେରାର ଘର ଚନ୍ଦକା ଅଞ୍ଚଳରେ । ଏହାପରେ ପୋଲିସ ପୁରା ଗ୍ୟାଙ୍ଗ ସମ୍ପର୍କରେ ଖବର ପାଇ ୧୧ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ବହୁଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ରହିଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ।

ଗିରଫ ଅଭିଯୁକ୍ତଙ୍କ ନାଁରେ ଅପରାଧିକ ମାମଲା ନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି । ଅଧିକ ତଦନ୍ତ ପାଇଁ ଏମାନଙ୍କୁ ଖୁବଶୀଘ୍ର ରିମାଣ୍ଡରେ ଅଣାଯିବ ବୋଲି ଡିସିପି କହିଛନ୍ତି ।

Comments are closed.