Latest Odisha News

ମାଆଙ୍କ ଭକ୍ତଙ୍କ ଉପରେ ମାଡିଗଲା ଗଂଜେଇ ନେଉଥିବା କାର

କାଶପୁର: ଛତିଶଗଡର କାଶପୁର ଅଂଚଳରେ ଦଶହରା ଭଳି ଦିନରେ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ମାଆ ଦୁର୍ଗାଙ୍କ ଦର୍ଶନ ପାଇଁ ଯାଉଥିବା ଏକ ଭୀଡ ଉପରେ ହଠାତ ଏକ କାର ମାଡି ଯାଇଥିଲା । ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତମାନଙ୍କୁ ପାଥଲଗାଁଓର ଡାକ୍ତରଖାନାରେ ଭର୍ତି କରାଯାଇଛି ।

ପୋଲିସର ପ୍ରାରମ୍ଭିକ ତଦନ୍ତରେ ଉକ୍ତ କାରରେ ଗଂଜେଇ ଚୋରା କାରୋବାର ହେଉଥିବା ଜଣା ପଡିଥିଲା । କାର ମାଡିଯିବା ପରେ ଉତ୍ୟକ୍ତ ଲୋକ ଏହାର ପିଛା କରି ଧରିଥିଲେ । ସେମାନେ କାରକୁ ଜାଳିଦେବା ସହ ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତି ଖସି ପଳାଉଥିବା ବେଳେ ଧରି ପିଟିଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତଙ୍କୁ ବଂଚାଇଥିଲା ।

Leave A Reply

Your email address will not be published.