Latest Odisha News

BREAKING NEWS

OSRTCର ୧୧୦ଟି ନୂଆ ବସ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗଡ଼ିଲା OSRTCର ଆଉ ୧୧୦ଟି ନୂଆ ବସ୍ । ଏହି ଅତ୍ୟାଧୁନିକ ନୂଆ ବସକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାତ୍ରୀ ମାନଙ୍କୁ ଆରାମ ଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସଂଯୁକ୍ତ କରାଯାଇଛି । ରାଜ୍ୟ ପରିବହନ ନିଗମ ପକ୍ଷରୁ ୧୮୦ଟି ବସ୍ ଚଳାଚଳ କରିବ । ପ୍ରଥମ ପର୍ଯ୍ୟାୟରେ ୧୧୦ଟି ବସର ଶୁଭାରମ୍ଭ ହୋଇଥିବା ବେଳେ, ଆଉ ୭୦ଟି ବସ୍‌ ଖୁବଶୀଘ୍ର ଚଳାଚଳ କରିବ ।

BjdElectrycity

ସୁରକ୍ଷା ପାଇଁ ସିସି ଟିଭି କ୍ୟାମେରା, ଆରାମଦାୟକ ସିଟ୍, ଆପତ୍ତକାଳୀନ ବଟନ୍, ବସ୍ ଟ୍ରାକିଂ ସିଷ୍ଟମ ରହିଛି । ଏହାସହ ଅଗ୍ନି ନିର୍ବାପକ ବ୍ୟବସ୍ଥା, ବସ୍‌ ମଧ୍ୟରେ ଯାତ୍ରୀଙ୍କୁ ବିଭିନ୍ନ ସୂଚନା ପ୍ରଦାନ ପାଇଁ ବୈଷୟିକ ଜ୍ଞାନ କୌଶଳଯୁକ୍ତ ସୁବିଧା ରହିଛି । ଏହି ବସ୍‌ ଗୁଡିକ ଆନ୍ତଃରାଜ୍ୟ ବସ୍‌ ପରିବହନରେ ମଧ୍ୟ ନିୟୋଜିତ ହେବ ।

ବର୍ତ୍ତମାନ ଓଏସଆରଟିସି ପକ୍ଷରୁ ୨୮ ଜିଲ୍ଲାର ୪୩ଟି ଆନ୍ତଃରାଜ୍ୟ ମାର୍ଗରେ ୩୯୮ଟି ବସ୍‌ ଚଳାଚଳ କରୁଛି । ଯାହାକି ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ଼କୁ ସଂଯୋଗ କରୁଛି । ଆଜି ଯାତ୍ରା ଆରମ୍ଭ କରିଥିବା ୧୧୦ଟି ବସ୍‌ ଗୁଡିକ ଭଲ୍‌ଭୋ, ଏସି ଅଲଟ୍ରା ଡିଲକ୍ସ, ଡନ୍ ଏସି ଡିଲକ୍ସ ତଥା ନନ୍ ଏସି ହାଇ କମ୍ଫଟ ବସ୍ ଅନ୍ତର୍ଭୁକ୍ତ ଅଟେ ।

Leave A Reply

Your email address will not be published.