Latest Odisha News

BREAKING NEWS

ଅପରେଶନ White Spider: ୧୧୦୦ ଗ୍ରାମର ବ୍ରାଉନସୁଗାର ଜବତ କଲା ଏସଟିଏଫ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଖୋର୍ଦ୍ଧା ଜିଲ୍ଲା ସିମର-ବାଙ୍କି ରୋଡ଼ ଓସ୍ତପୁର ଗାଁ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଓ ଖୋର୍ଦ୍ଧା ପୋଲିସର ମିଳିତ ଟିମ । ଏହାସହ ଜଣେ ବେପାରୀକୁ ଗିରଫ କରାଯାଇଛି ।

ଖବର ଅନୁଯାୟୀ,  ସିମର-ବାଙ୍କି ରାସ୍ତାରେ ଥିବା ଓସ୍ତପୁର ନିକଟରୁ ୧୧୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି ଏବଂ ଜଣେ ଡ୍ରଗ୍ସ ବେପାରୀ ସୁରେଶ କୁମାର ମହାପାତ୍ର ଓରଫ ସୁରିଆକୁ ଧରିଛି ଏସଟିଏଫ ଓ ଖୋର୍ଦ୍ଧା ପୋଲିସର ମିଳିତ ଟିମ । ଖୋର୍ଦ୍ଧା ଜିଲ୍ଲା ବାଘମାରିର ମହେଶ୍ବର ମହାପାତ୍ରଙ୍କ ପୁଅ ସୁରେଶ କୁମାର ମହାପାତ୍ର ଗତକାଲି ସନ୍ଧ୍ୟାରେ ୧୧୦୦ ଗ୍ରାମ ଓଜନର ବ୍ରାଉନସୁଗାର ନେଇ ଯାଉଥିବା ବେଳେ ତାକୁ ଧରିଥିଲେ ଏସଟିଏଫ ଓ ଖୋର୍ଦ୍ଧା ଜିଲ୍ଲା ପୋଲିସ। ତାଠାରୁ ଏକ ବୁଲେଟ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତକୁ ଗିରଫ କରି ଏସଟିଏଫ PS କେସ ନଂ ୧୩ NDPS ଆକ୍ଟ ୧୯୮୫ର U / s ୨୧ (c) / ୨୯ ରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ନେଇ ସୂଚନା ମିଳିଛି ।

ନାର୍କୋଟିକ ଡ଼୍ରଗ୍ସ ବିରୋଧରେ ୨୦୨୦ ପରଠାରୁ ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି | ସେବେଠାରୁ ଏପର୍ଯ୍ୟନ୍ତ ଏସଟିଏଫ ୭୦ କିଲୋଗ୍ରାମରୁ ଅଧିକ ବ୍ରାଉନସୁଗାର / ହିରୋଇନ, ୨୦୨ଗ୍ରାମ କୋକେନ ଏବଂ ୧୧୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଓ ୭୫୦ ଗ୍ରାମ ଅଫିମ ଜବତ କରିଛି । ଏତଦବ୍ୟତିତ ୧୭୦ରୁ ଅଧିକ ଡ଼୍ରଗ୍ସ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ ।

 

 

Leave A Reply

Your email address will not be published.