ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇସାରିଲେଣି। ଅନେକ ଲୋକଙ୍କ ପରିବାର ଛାରଖାର ହୋଇଯାଇଛି। ଅନେକ ନିଷ୍ପାପ ଶିଶୁ ମଧ୍ୟ ନିଜ ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ଦି ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଭାରତର ପ୍ରାୟ ୧,୧୯,୦୦୦ ଜଣ ଶିଶୁ କରୋନା ଯୋଗୁ ଅନାଥ ହୋଇଛନ୍ତି। ଏହାସହିତ ୨୧ ଟି ଦେଶର ୧.୫ ମିଲିୟନରୁ ଅଧିକ ପିଲା ନିଜ ବାପାମାଙ୍କୁ ହରାଇ ଅନାଥ ହୋଇଥିବା ଜଣାପଡ଼ିଛି।
ପ୍ରଦତ୍ତ ତଥ୍ୟ ଅନୁଯାୟୀ ଭାରତରେ ୨୫,୫୦୦ ପିଲା କରୋନାରେ ବାପା ମା’ଙ୍କୁ ହରାଇଥିବାବେଳେ ୯୦,୭୫୧ ଜଣ ମାଙ୍କୁ ହରାଇଛନ୍ତି ଏବଂ ୧୨ ଜଣ ଉଭୟ ପିତାମାତା ଙ୍କୁ ହରାଇଥିବା ଜଣାଯାଇଛି।
ପ୍ରାଥମିକ ଯତ୍ନ ନେଉଥିବା ପିଲାମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ଦେଶ ଦକ୍ଷିଣ ଆଫ୍ରିକା, ପେରୁ, ଆମେରିକା, ଭାରତ, ବ୍ରାଜିଲ ଏବଂ ମେକ୍ସିକୋ ଅନ୍ତର୍ଭୁକ୍ତ ବୋଲି ଏଥିରେ କୁହାଯାଇଛି।
Comments are closed.