କେନ୍ଦୁଝର: ଧରାପଡିଲେ ୧୨ ଜଣ ଜାଲ ଶିକ୍ଷକ । କେନ୍ଦୁଝର ଜିଲ୍ଲାରେ ୧୨ ଜଣ ବିଇଡି ଡିଗ୍ରୀଧାରି ନକଲି ଶିକ୍ଷକ ଧରାପଡିଛନ୍ତି । କେନ୍ଦୁଝର ଜିଲ୍ଳାର ୮ ବ୍ଲକରୁ ଏମାନେ ଧରାପଡିଛନ୍ତି । ଏନେଇ ଜିଲ୍ଳା ପ୍ରକଳ୍ପ ସଂଯୋଜକ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଜାଲ ପ୍ରମାଣ ପତ୍ର ଦେଇ ଚାକିରୀ କରିଥିବା ୧୨ ଜଣ ଚୁକ୍ତି ଭିତ୍ତିକ ଶିକ୍ଷକ ଧରା ପଡିଛନ୍ତି। ଚୁକ୍ତି ଭିତ୍ତିକ ଶିକ୍ଷକମାନେ ୩ ବର୍ଷ ଚାକିରୀ କରିବା ପରେ କନିଷ୍ଠ ଶିକ୍ଷକର ମାନ୍ୟତା ପାଇଥାଆନ୍ତି। ଏହି କ୍ରମରେ ଶିକ୍ଷକମାନଙ୍କର ପ୍ରମାଣ ପତ୍ର ଯାଞ୍ଚ ହେଉଥିବା ସମୟରେ ୧୨ ଜଣ ଶିକ୍ଷକଙ୍କର ପ୍ରମାଣ ପତ୍ର ଜାଲ ବୋଲି ଜଣାପଡିଛି ।
୧୨ ଜଣଙ୍କ ପ୍ରମାଣ ପତ୍ର କୁରୁକ୍ଷେତ୍ର, ଗୁହାଆଟି ଏବଂ ବୁନ୍ଦେଲଖଣ୍ଡ ୟୁନିର୍ଭସିଟିର ବୋଲି ଜଣାପଡିଛି। ଏହି ୧୨ ଜଣଙ୍କ ମଧ୍ୟରୁ ଚାରି ଜଣ ମହିଳା ଓ ଆଠ ଜଣ ପୁରୁଷ ଶିକ୍ଷକ ରହିଛନ୍ତି। ଏମୋନେ ସମସ୍ତେ ଏବେ ଜିଲ୍ଲାର ଯୋଡା, ବାଂଶପାଳ, ଘଷିପୁରା ଓ ହରିଚନ୍ଦନପୁର ଇତ୍ୟାଦି ବ୍ଲକର ବିଭିନ୍ନ ସ୍କୁଲରେ କାର୍ଯ୍ୟରତ ଅଛନ୍ତି। ଏହି ଜାଲ ପ୍ରମାଣପତ୍ର କଥା ଜଣାପଡିବା ପରେ ୧୨ ଜଣ ନକଲି ଶିକ୍ଷକଙ୍କ ବିରୋଧରେ ଥାନାରେ ଏଫ୍ଆଇଆର୍ ଦେବା ଲାଗି ସଂପୃକ୍ତ ଅଞ୍ଚଳର ବିଇଓମାନଙ୍କୁ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.