Latest Odisha News

BREAKING NEWS

ଜାତୀୟ ରାଜପଥ ପ୍ରଶସ୍ତିକରଣ ଅବହେଳା ପ୍ରତିବାଦରେ ୧୨ଘଣ୍ଟିଆ ରାସ୍ତା ଅବରୋଧ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ନିକଟ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ । ଜାତୀୟ ରାଜପଥର ପ୍ରଶସ୍ତିକରଣ ଅବହେଳା ପ୍ରତିବାଦରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସଚେତନ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ବରଗଡ଼ ବୋରିଗୁମା ରାସ୍ତାର  ଡୁଙ୍ଗୁରିପାଲି ଠାରେ  ୨୬ ନମ୍ବର ଜାତୀୟ ରାଜପଥର ଅବରୋଧ  l ଫଳରେ  ଯାତାୟତ ବାଧାପ୍ରାପ୍ତ l ଜରୁରୀ ସେବା ଓ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବାଦ୍ ଦେଇ ଅନ୍ୟ ଜାନ ବାହନ ସବୁ କିଛି ବନ୍ଦ  କରାଯାଇ ଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି l

ସୂଚନା ଅନୁସାରେ ଡୁଙ୍ଗୁରିପାଲି ଅଞ୍ଚଳର ଚିନାଜୁରୀ ଠାରୁ ଚେରୁପାଳି ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟୟ ହୋଇପଡିଛି । ଫଳରେ ଲୋକମାନଙ୍କ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି l ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ପାଇଁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହିତ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ସଚେତନ ନାଗରିକ  କମିଟି ପକ୍ଷରୁ  ଲିଖିତ ଅଭିଯୋଗ ଦିଆଯାଇ ଥିଲେ  ମଧ୍ୟ ରାସ୍ତା ପ୍ରଶସ୍ତିକରଣ କରାଯାଉନ ଥିବାରୁ ବାଧ୍ୟ ହୋଇ ଆଜି ଏହି ଆନ୍ଦୋଳନ କରିଛି କମିଟି l ଆନ୍ଦୋଳନ ସମୟରେ ଅପ୍ରୀତିକର ପରିସ୍ଥିତିକୁ ଆଖି ଆଗରେ ରଖି ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି l ବର୍ତ୍ତମାନ ଶାନ୍ତି ପୂର୍ଣ୍ଣ ଭାବରେ ରାସ୍ତା ଅବରୋଧ ଆନ୍ଦୋଳନ କରାଯାଇଛି l ଯଦି ସରକାର ଏ ଦିଗରେ କିଛି ପଦକ୍ଷେପ ନେବେନାହିଁ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି l

Leave A Reply

Your email address will not be published.