Latest Odisha News

BREAKING NEWS

୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ମାଲକାନଗିରି: ୪ ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏନେଇ ଗତ ମାସ ମାଲକାନଗିରି ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ କଂଗ୍ରେସ କର୍ମୀ। ଜୁଲାଇ ୧୦ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୧୪ ତାରିଖ ଦିନ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯିବ ବୋଲି ପୂର୍ବରୁ ଚେତାବନୀ ଦେଇଥିଲା ଜିଲ୍ଲା କଂଗ୍ରେସ କମିଟି। ହେଲେ ଦାବି ପୂରଣ ନହେବାରୁ ଆଜି ଆନ୍ଦୋଳକୁ ଓହ୍ଲାଇଛି କଂଗ୍ରେସ।

BjdElectrycity

ସମଗ୍ର ମାଲକାନଗିରି ଜିଲ୍ଲାରେ ଆଜି ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି। ଜିଲ୍ଲାରେ ୨୭୭ଟି ଡାକ୍ତର ପଦବୀ ରହିଥିବା ବେଳେ ବର୍ତ୍ତମାନ ଅଛନ୍ତି ମାତ୍ର ୧୩୮ ଜଣ। ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ସଦର ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ରହିଛି ୨୦୦ଟି ବେଡ୍। କିଡନୀ ରୋଗୀଙ୍କ ଲାଗି ୨୦ଟି ଡାୟଲିସିସ୍ ମେସିନ୍ ଲଗାଇବା ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସେଠାରେ ରହିଛି ମାତ୍ର ୭ଟି ମେସିନ୍। ତିନି କିଲୋମିଟର ଦୂରରେ ରହିଛି ରକ୍ତ ଭଣ୍ଡାର।

ସେହିପରି ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଇଡି କଲେଜ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇନାହିଁ। ୩୦ବର୍ଷ ତଳେ ଆଦିବାସୀ ଲୋକଙ୍କୁ ରାଜୀବ ଗାନ୍ଧୀ ବିଦ୍ଯୁତ ଜ୍ଯୋତି ଯୋଜନାରେ ମାଗଣା କରେଣ୍ଟ ଦିଆଯାଇଥିବା ବେଳେ ଟାଟା ପାୱାର କମ୍ପାନୀ ଏବେ ସେହି ଆଦିବାସୀ ଲୋକଙ୍କୁ ଲକ୍ଷାଧିକ ଟଙ୍କାର ବିଲ୍ ଦେଇଛି। ଏଥିସହ ଯୁବକ ଯୁବତୀ ମାନଙ୍କ ବେରୋଜଗାର ଭିତ୍ତିକ ସମସ୍ୟାକୁ ନେଇ ଆଜି ଆନ୍ଦୋଳକୁ ଓହ୍ଲାଇଛି କଂଗ୍ରେସ।

Leave A Reply

Your email address will not be published.