ରାଜସ୍ଥାନ : ରାଜସ୍ଥାନ ଯୋଧପୁର ହାଇୱେରେ ବସରେ ଲାଗିଲା ନିଆଁ । ଜୀବନ୍ତ ଜଳିଗଲେ ୧୨ ଜଣ ଯାତ୍ରୀ । ରାଜସ୍ଥାନ ଯୋଧପୁର ହାଇୱେ ବାଡମେର ଠାରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଟ୍ୟାଙ୍କର ରଙ୍ଗରୁଟରେ ଆସି ଯାତ୍ରୀବାହୀ ବସ୍ କୁ ଧକ୍କା ଦେଇଥିଲା । ଫଳରେ ବସରେ ନିଆଁ ଲାଗିଯିବା ଫଳରେ ୧୨ ଜଣ ଯାତ୍ରୀ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି। ବସରେ ଥିବା ୨୫ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଫଳରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବସରେ ଥିବା ପ୍ରତ୍ୟକ୍ଷ୍ୟଦର୍ଶୀ କହିଛନ୍ତି, ୯.୫୫ ମିନଟରେ ବସଟି ବାଲତୋରାରୁ ବାହାରିଥିଲା। ରଙ୍ଗରୁଟରେ ଆସୁଥିବା ଟ୍ୟାଙ୍କର ହଠାତ୍ ବସକୁ ଧକ୍କା ଦେଇଥିଲ। ବସରେ ନିଆଁ ଲାଗି ଯାଇଥିଲା।ନିଆଁ ଏତେ ଭୟଙ୍କର ଥିଲା ଯେ ୧୨ ଜଣ ଲୋକ କ୍ଷଣିକେ ସମସ୍ତଙ୍କ ଆଖି ଆଗରେ ଜଳିଯାଇଥିଲେ। ପରେ ଘଟଣା ସ୍ଥଳରେ ପୁଲି ପ୍ରଶାସନ ପହଁଞ୍ଚି ମୃତକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।ପଚପଦାର ବିଧାୟକ ମଦନ ପ୍ରଜାପତ,ପ୍ରଭାରୀ ମନ୍ତ୍ରୀ ସୁଖରାମ ବିଶୋଇ ଘଟଣା ସ୍ଥଳରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
Comments are closed.