ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଭୁବନେଶ୍ୱର ଘାଟିକିଆ ଅଞ୍ଚଳରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଚଢ଼ାଉ କରି ଜବତ କରିଛି ସ୍ପେଶାଲ୍ ସ୍କ୍ୱାଡ୍ । ପ୍ୟାକେଟରେ ଗଞ୍ଜେଇ ସବୁ ଭର୍ତ୍ତି କରାଯାଇଥିଲା । ଜବତ ଗଞ୍ଜେଇର ଓଜନ ପାଖାପାଖି ଦେଢ଼ କ୍ୱିଣ୍ଟାଏଲ ହେବ । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଭିତରେ ଅଛନ୍ତି ୩ଜଣ ମହିଳା । ସେମାନଙ୍କୁ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହାର କରାଯାଉଥିଲା ।
ଘାଟିକିଆ ଅଞ୍ଚଳରେ ଥିବା ଭଡ଼ା ଘରେ ଚଢ଼ାଉ କରି ପାଞ୍ଚ ଜଣଙ୍କୁ ଗିରଫ କରି ଖୋଳତାଡ ଚଳାଇଛି କମିଶନରେଟ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ । କେଉଁଆଡେ ଗଞ୍ଜେଇ ଚାଲାଣ କରିବାର ଥିଲା ? ରାକେଟରେ ଆଉ କେଉଁମାନେ ସଂପୃକ୍ତ ? କିଏ ଗଞ୍ଜେଇ ଚୋରା ଚାଲାଣର ମାଷ୍ଟରମାଇଣ୍ଡ ? କେଉଂଠୁ ଗଞ୍ଜେଇ ଆଣୁଥିଲେ ଓ କେମିତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଗିରଫ ଅଭିଯୁକ୍ତଙ୍କ ପାଖକୁ ବାହାର କରୁଛି ପୋଲିସ ।
BREAKING NEWS
- ପିଏମ ମୋଦୀଙ୍କ ଜନ୍ମଦିନରେ ମେଗା ରକ୍ତଦାନ ଶିବିର; ସଂଗ୍ରହ ହେଲା ୮୮୧୦ ୟୁନିଟ ରକ୍ତ…ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା
- ଅଭିଷେକଙ୍କ ରେକର୍ଡ: ୧୨୭ ରନ୍ରେ ଆଫଗାନିସ୍ତାନକୁ ହରାଇ ଭାରତର କ୍ଲିନ୍ ସ୍ୱିପ୍
- ପାଟ୍ରୋଲିଂବେଳେ ଧରାପଡିଲେ କଇଁଛ ଚାଲାଣ ରାକେଟ୍; ୪ ଗିରଫ, ୫୫ ଜୀବନ୍ତ କଇଁଛ ଉଦ୍ଧାର
- ବିସିସିଆଇ ସପକ୍ଷରେ ସତ୍ୟପାଠ ଦାଖଲ କଲେ ଓସିଏ ସଭାପତି
- ଟି୨୦ରେ ଅଭିଷେକଙ୍କ ବିସ୍ଫୋରକ ଶତକ : ପୂର୍ଣ୍ଣ ସଦସ୍ୟ ଟିମର ଖେଳାଳି ଭାବେ ରଚିଲେ ଇତିହାସ
- Ganesh Puja Pandal:ଆସିଲା ଭୟଙ୍କର ବର୍ଷା;ଭୁଶୁଡ଼ିଲା ୧୫୦ ଫୁଟ୍ର ଗଣେଶ ପୂଜା ପେଣ୍ଡାଲ;ଡିଜନି ଲ୍ୟାଣ୍ଡ ଥିମ୍ର…
- ୱେଷ୍ଟଇଣ୍ଡିଜ ସିରିଜ ରୋହିତଙ୍କ ପାଇଁ ଅଗ୍ନିପରୀକ୍ଷା
- ସାବଧାନ ! ଏଥର ଭସାଣିରେ ଡିଜେ ବଜାଇଲେ ବାନ୍ଧିବ ପୋଲିସ, ଜାରି ହେଲା କଟକଣା
- Drink Suspected To Contain Methanol:ବିଷାକ୍ତ ପାନୀୟ ପାନୀୟ ପିଇ ୪୮ ଜଣଙ୍କ ମୃତ୍ୟୁ; ୧୦୦ ଜଣ ଡାକ୍ତରଖାନାରେ ଭର୍ତ୍ତି
- ମାତ୍ର ୫ ମିନିଟର ଗୁଗଲ ମିଟ୍ କଲ୍ରେ ୮୦ ଭାରତୀୟ କର୍ମଚାରୀଙ୍କୁ ଛଟେଇ

Comments are closed.