Latest Odisha News

ରାଜଧାନୀରୁ ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ ମହିଳାଙ୍କ ସମେତ ୫ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଭୁବନେଶ୍ୱର ଘାଟିକିଆ ଅଞ୍ଚଳରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଚଢ଼ାଉ କରି ଜବତ କରିଛି ସ୍ପେଶାଲ୍ ସ୍କ୍ୱାଡ୍ । ପ୍ୟାକେଟରେ ଗଞ୍ଜେଇ ସବୁ ଭର୍ତ୍ତି କରାଯାଇଥିଲା । ଜବତ ଗଞ୍ଜେଇର ଓଜନ ପାଖାପାଖି ଦେଢ଼ କ୍ୱିଣ୍ଟାଏଲ ହେବ । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଭିତରେ ଅଛନ୍ତି ୩ଜଣ ମହିଳା । ସେମାନଙ୍କୁ ଗଞ୍ଜେଇ ଚୋରା ଚାଲାଣରେ ବ୍ୟବହାର କରାଯାଉଥିଲା ।
ଘାଟିକିଆ ଅଞ୍ଚଳରେ ଥିବା ଭଡ଼ା ଘରେ ଚଢ଼ାଉ କରି ପାଞ୍ଚ ଜଣଙ୍କୁ ଗିରଫ କରି ଖୋଳତାଡ ଚଳାଇଛି କମିଶନରେଟ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ । କେଉଁଆଡେ ଗଞ୍ଜେଇ ଚାଲାଣ କରିବାର ଥିଲା ? ରାକେଟରେ ଆଉ କେଉଁମାନେ ସଂପୃକ୍ତ ? କିଏ ଗଞ୍ଜେଇ ଚୋରା ଚାଲାଣର ମାଷ୍ଟରମାଇଣ୍ଡ ? କେଉଂଠୁ ଗଞ୍ଜେଇ ଆଣୁଥିଲେ ଓ କେମିତି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଗିରଫ ଅଭିଯୁକ୍ତଙ୍କ ପାଖକୁ ବାହାର କରୁଛି ପୋଲିସ ।

Leave A Reply

Your email address will not be published.