Latest Odisha News

ବୀଭତ୍ସ ହତ୍ୟାକାଣ୍ଡ: ସ୍ତ୍ରୀର ପରକୀୟା ପ୍ରୀତି ଯୋଗୁଁ ସ୍ବାମୀ ନେଲା ୪ ଜଣଙ୍କ ମୁଣ୍ଡ, ଅଭିଯୁକ୍ତ ଗିରଫ

ବିନିକା: ଗୋଟିଏ ଦିନରେ ଟ୍ରିପଲ୍ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ପପୁ ସେନ୍ ଗିରଫ ହୋଇଛି । ସ୍ତ୍ରୀର ପରକିୟା ପ୍ରୀତି ଓ ପ୍ରେମିକ ସହ ଫେରାର ହେବାରୁ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟି ଗାଁରେ ନିଜ ଶାଶୁ, ଶ୍ୱଶୁର ଏବଂ ଶଳାକୁ କୁରାଢ଼ିରେ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରିଥିଲା ପପୁ । ଏହାସହ ଉତ୍ତରପ୍ରଦେଶରେ ମଧ୍ୟ ଜଣଙ୍କୁ ପପୁ  ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।

୨୦୨୦ ଜୁଲାଇରେ ଅପରାଧ ଘଟାଇ ଫେରାର ଥିବା ଅଭିଯୁକ୍ତ ପପୁକୁ ଗତ ୨ ତାରିଖରେ ଗିରଫ କରାଯାଇଥିବା ଉତ୍ତରପ୍ରଦେଶ ଲଳିତପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମୋଟ ୪ ଜଣଙ୍କୁ ହତ୍ୟା କରିଥିବା ପପୁକୁ ଧରାଇବାକୁ ପୋଲିସ ୨୫,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲା ।

ସୂଚନା ଅନୁସାରେ, ପପୁ ସେନଙ୍କ ଘର ତ୍ତରପ୍ରଦେଶର ଲଲନ୍‌ଜୁ ଗାଁରେ । ସେ ବିନିକା ଥାନା ସିଲାଟୀ ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ପରେ ପପୁ ସ୍ତ୍ରୀଙ୍କ ସହ ଉତ୍ତରପ୍ରେଦଶରେ ରହୁଥିଲେ । ସେଠାରେ ପପୁଙ୍କର ୪ଟି ପୁଅ ମଧ୍ୟ ହୋଇଥିଲା । ହେଲେ ପପୁଙ୍କର ସ୍ତ୍ରୀଙ୍କ ସହ ସେଠାରେ ରାହୁଲ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏମିତିକି ରାହୁଲଙ୍କ ସହ ପପୁଙ୍କର ସ୍ତ୍ରୀ ଫେରାର ହୋଇ ଯାଇଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ପ୍ରଥମେ ପପୁ ରାହୁଲଙ୍କ ବାପାଙ୍କୁ ହତ୍ୟା କରିଥିଲା । ପରେ ବିନିକା ସିଲାଟି ଗାଁକୁ ଆସି ନିଜ ଶାଶୁ, ଶ୍ୱଶୁର ଏବଂ ଶଳାକୁ କୁରାଢ଼ିରେ ହାଣି ହତ୍ୟା କରିଥିଲା ।

ଅଭିଯୁକ୍ତ ପପୁଙ୍କ କହିବା ଅନୁଯାୟୀ ବାପଘର ଲୋକଙ୍କ କଥାରେ ପଡ଼ି ତାଙ୍କ ସ୍ତ୍ରୀ ତାଙ୍କୁ ପ୍ରଥମେ ଛାଡ଼ପତ୍ର ଦେଇଥିଲା । ଆଉ ରାହୁଲଙ୍କ ସହ ଫେରାର ହୋଇଯାଇଥିଲା । ତେଣୁ ଏହି ରାଗରେ ସେ ଶୂଶୁରଘର ଲୋକଙ୍କୁ ହତ୍ୟା କରିଥିଲା । ତେବେ ଗତ ଏପ୍ରିଲ ୨ ତାରିଖରେ ପପୁ ରାହୁଲଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ବେଳେ ପୋଲିସ ତାକୁ ଗିରଫ କରିଛି ।

Leave A Reply

Your email address will not be published.