Latest Odisha News

BREAKING NEWS

ଆଜି ୧୨ଘଣ୍ଟିଆ ମଦନପୁର ରାମପୁର ବନ୍ଦ

ଭବାନୀପାଟଣା:ଆଜି ୧୨ଘଣ୍ଟିଆ ମଦନପୁର ରାମପୁର ବନ୍ଦ । ଦୀର୍ଘ ୨୫ବର୍ଷ ହେଲା ଦାବି ଶୁଣୁନଥିଲେ ସରକାର । ସବଡ଼ିଭିଜନ ମାନ୍ୟତା ଦାବିରେ ବର୍ଷ ବର୍ଷ ଧରି ଆନ୍ଦୋଳନ ଚାଲୁଥିଲା । ହେଲେ ସରକାର କର୍ଣ୍ଣପାତ କରୁନଥିଲେ । ଶେଷରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର, ନର୍ଲା ଓ କର୍ଲାମୁଣ୍ଡା ବ୍ଲକବାସୀ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡ଼ାକରା ଦେଇଛନ୍ତି କ୍ରିୟାନୁଷ୍ଠାନ କମିଟି ସଦସ୍ୟ ।

କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରକୁ ରାଜସ୍ୱ ଉପଖଣ୍ଡ କରାଯିବା ଦାବି ନେଇ ଆଜି ମଦନପୁର ରାମପୁର ରାଜସ୍ୱ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି । ଦୋକାନ ବଜାର, ଗାଡ଼ି ମୋଟର, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ କୁହାଯାଇଛି । ବନ୍ଦ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଦୀର୍ଘ ମାସ ହେଲା ଆନ୍ଦୋଳନକାରୀ ରାମପୁର ତହସିଲ କାର୍ଯ୍ୟାଳୟ ନିକଟରେ ଅନଶନ କରିଥିଲେ । ତେବେ ଆଜି ମଦନପୁର ରାମପୁର କାର୍ଲମୁଣ୍ଡା ନର୍ଲା ଅଞ୍ଚଳରେ ଆଦିବାସୀ ସମୂହ ଏକଜୁଟ ହୋଇ ବନ୍ଦ କରିଛନ୍ତି ।

Leave A Reply

Your email address will not be published.