Latest Odisha News

BREAKING NEWS

ଭାରତରେ କରୋନାର ଆଉ ୧୨,୨୮୬ ନୂଆ ମାମଲା, ୧୨ ‌ହଜାରରୁ ଅଧିକ ସୁସ୍ଥ

ନୂଆଦିଲ୍ଲୀ:  ଦେଶରେ ଏକ ବର୍ଷ ଭିତରେ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ଭିତରେ କରୋନାର ୧୨ ହଜାର ୨୮୬ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୯୧ ଜଣଙ୍କ ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟାରେ କରୋନାରୁ ୧୨ ହଜାର ୪୬୪ ଜଣ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଦେଶରେ କରୋନା ସଂକ୍ରମଣର ମୋଟ ମାମଲା ବୃଦ୍ଧି ପାଇ ୧ କୋଟି ୧୧ ଲକ୍ଷ ୨୪ ହଜାର ୫୨୭ରେ ପହଞ୍ଚିଛି।

 

ସେହିପରି ପ୍ରାୟ ୧ ଲକ୍ଷ ୫୭ ହଜାର ୨୪୮ ଜଣଙ୍କ ଜୀବନ ଯାଇଥିବାବେଳେ ୧ କୋଟି ୦୭ ଲକ୍ଷ ୯୮ ହଜାର ୯୨୧ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ କରୋନାର ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୬୮ ହଜାର ୩୫୮ ରହିଛି ।

Leave A Reply

Your email address will not be published.