Latest Odisha News

କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ । ରେଡ୍ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କୋରାପୁଟ ପୋଲିସ । ଜିଲ୍ଲାର ବାଲେର ଗାଁରେ ଲମତାପୁଟ ଓ ମାଛକୁଣ୍ଡ ଥାନା ପୋଲିସର ମିଳିତ ରେଡ୍ ବେଳେ ମିଳିଛି ୧୩ କ୍ୱିଣ୍ଟାଲ ୫୭ କିଲୋ ଗଞ୍ଜେଇ । ୫୮ଟି ବସ୍ତାରେ ଏସବୁ ଗଞ୍ଜେଇ ଭର୍ତ୍ତି ହୋଇଥିଲା ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧କୋଟିରୁ ଅଧିକ ଟଙ୍କା ହେବ । ବିଶେଷସୂତ୍ରରୁ ବେଆଇନ ଗଞ୍ଜେଇ କାରବାର ନେଇ ପୋଲିସକୁ ଖବର ମିଳିଥିଲା । କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ କ୍ରମେ ବାଲେର ଗାଁରେ ଅଚାନକ ପଞ୍ଝା ମାରିଥିଲା ପୋଲିସ । ଗୋଟିଏ ନିର୍ମାଣଧୀନ ଘରେ ଗଞ୍ଜଇ ବସ୍ତା ଥିଲା ।

ଏହି ଘଟଣାରେ ୨ ଜଣ ବେପାରୀ ଫେରାର୍ ହୋଇ ଯାଇଛନ୍ତି । ସେମାନଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ଦୁଇ ଜଣଙ୍କର ଧରିବା ପାଇଁ ଜାରି ରହିଛି ତନାଘନା । ଦୁଇ ଅଭିଯୁକ୍ତ ଧରାପଡିଲେ ଗଞ୍ଜେଇ କାରବାରର ଅନେକ ଗୁମର ଫିଟିବା ଆଶା କରାଯାଉଛି ।

Comments are closed.