ମୁମ୍ବାଇ : ଗୁଜବ ଯୋଗୁଁ ମୁମ୍ବାଇର ବାନ୍ଦ୍ରା ରେଳ ଷ୍ଟ୍ରେସନରେ ହୋଇଥିବା ଜନଗହଳି ଘଟଣାରେ ପୋଲିସ ୧୩ ଜଣଙ୍କୁ ଅଟକ ରଖିଛି । ଏମାନଙ୍କ ମଧ୍ୟରେ ଜଣେ ରାଜନୈତିକ କର୍ମୀ, ଜଣେ ସାମ୍ବାଦିକଙ୍କ ସମେତ ନଅ ଜଣ ଶ୍ରମିକ ଓ କାମୋଠେର ତିନି ଜଣ ବ୍ୟକ୍ତି ଅଛନ୍ତି ।
ଗତ ମଙ୍ଗଳବାର ଅପରାହ୍ନରେ ଟ୍ରେନ ଚଳାଚଳ ଆରମ୍ଭ ନେଇ ଗୁଜବ ସୃଷ୍ଟି ହୋଇଥିଲା । ଲକ୍ଡାଉନ ଯୋଗୁଁ ମୁମ୍ବାଇରେ ଅଟକି ରହିଥିବା ବିଭିନ୍ନ ରାଜ୍ୟର ପ୍ରାୟ ୧୫ଶହ ଶ୍ରମିକ ଘରକୁ ଫେରିବା ପାଇଁ ବାନ୍ଦ୍ରା ଷ୍ଟେସନରେ ଭିଡ ଜମାଇଥିଲେ । କରୋନା ସଂକ୍ରମଣର ଭୟ ଥିବା ବେଳେ ଏହି ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ଲାଠି ମାଡ କରିବାକୁ ପଡିଥିଲା ।
ସେହି ଦିନ ସନ୍ଧ୍ୟାରେ ଗୁଜବ ପ୍ରଚାର ଅଭିଯୋଗରେ ପୋଲିସ ରାଜନୈତିକ କର୍ମୀ ବିନୟ ଦୁବେ ଓ ଟିଭି ସାମ୍ବାଦିକ ରାହୁଲ କୁଲକର୍ଣ୍ଣିଙ୍କ ନାଁରେ ମାମଲା ରୁଜୁ କରିଥିଲା ।
Comments are closed.