Latest Odisha News

BREAKING NEWS

ଯାତ୍ରାପାର୍ଟି ଟ୍ରକ୍ ଓଲଟିଲା; ୧୩ କଳାକାର ଆହତ

କଟକ: କଟକ-ସମ୍ବଲପୁର ମୁଖ୍ୟରାସ୍ତାରେ ଶୁକ୍ରବାର ଦିନ ଏକ ଯାତ୍ରାପାର୍ଟି ଟ୍ରକରେ ଅର୍କେଷ୍ଟ୍ରା ଟ୍ରୁପ୍ ଯାଉଥିବା ବେଳେ ରାସ୍ତାରେ ଗାଡ଼ିଟି ଓଲଟି ପଡ଼ିଥିଲା ।

କଟକର ବାରବାଟୀ ପୋଖରୀ ନିକଟରେ ଏକ ମୋଟରସାଇକେଲକୁ ଧକ୍କା ହେବାରୁ ବଞ୍ଚାଇବାକୁ ଯାଇ ଟ୍ରକଟି ରାସ୍ତାକଡ଼ରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ସେଥିରେ ଥିବା ୧୩ ଜଣ ଯାତ୍ରା କଳାକାର ଆହତ ହୋଇଛନ୍ତି । ତୁରନ୍ତ ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ଓ ଦମକଳ ବାହିନୀ ଆସି ଆହତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିଥିଲେ ।

ଚିକିତ୍ସା ନିମନ୍ତେ ଆହତ ବ୍ୟକ୍ତିମାନଙ୍କୁ ଆଠଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଆହତ ବ୍ୟକ୍ତିମାନଙ୍କ ମଧ୍ୟରେ ୭ ଜଣ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.