ସୁରଟ: ଗୁଜୁରାଟର ସୁରଟ ନିକଟ କିମ ଚାର୍ ରାସ୍ତାରେ ମଙ୍ଗଳବାର ଦିନ ଫୁଟପାଥରେ କିଛି ଲୋକ ଶୋଇଥିଲା ବେଳେ ଚଢିଯାଇଛି ଟ୍ରକ୍।
ସୂଚନା ଅନୁଯାୟୀ, ରାଜସ୍ଥାନର ବନସ୍ୱରା ଜିଲ୍ଲାର ଦିନ ମଜୁରିଆ ମାନେ ଫୁଟପାଥରେ ଶୋଇଥିଲେ ବେଳେ ଏକ ଟ୍ରକକୁ ଆଖୁ ଭର୍ତ୍ତି ଟ୍ରାକ୍ଟର ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ଯାହା ଫଳରେ ଟ୍ରକଟି ଭାରସାମ୍ୟ ହରାଇ ଫୁଟପାଥ ଉପରକୁ ମାଡ଼ି ଯାଇଥିଲା।
ସେଠାରେ ଶୋଇଥିବା ୧୮ରୁ ଅଧିକ ଲୋକଙ୍କ ଉପରେ ଚଢ଼ିଯାଇ ଥିଲା। ଫଳରେ ସେମାନଙ୍କ ମଧ୍ୟରୁ ୧୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ତେବେ ଏନେଇ ଅଧିକ ସୂଚନା ମିଳିପାରିନାହିଁ।
Comments are closed.