Latest Odisha News

BREAKING NEWS

ଓଡ଼ିଶାର ୭ ଜିଲ୍ଲାରୁ କରୋନା ନେଲା ଆଉ ୧୩ ଜୀବନ

ଭୁବନେଶ୍ୱର: ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୧୩ ଜଣଙ୍କର ପ୍ରାଣ ନେଇଛି ମହାମାରୀ । ୭ଜିଲ୍ଲାର ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୭ ଜଣ ମହିଳା ଓ ୬ ଜଣ ପୁରୁଷ ।

ସଂକ୍ରମଣ ସହ ମୟୂରଭଞ୍ଜ ଜିଲ୍ଲାରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ସର୍ବାଧିକ ୪ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଜିଲ୍ଲାରେ ମୋଟ୍ ମୃତ୍ୟୁସଂଖ୍ୟା ୪୮କୁ ବୃଦ୍ଧି ପାଇଛି । ସେହିପରି ପୁରୀ ଜିଲ୍ଲାରେ ଆଉ ୩ ଜଣଙ୍କର ଜୀବନ ନେଇଛି ମହାମାରୀ ।

ଭୁବନେଶ୍ୱରରୁ ୨ ଜଣ ଏବଂ ଅନୁଗୋଳ, ବାଲେଶ୍ୱର, ବଲାଙ୍ଗିର, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରନ୍ତ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୧ ଶହ ୮୧କୁ ବୃଦ୍ଧି ପାଇଛି ରାଜ୍ୟରେ ମୃତ୍ୟୁହାର ରହିଛି ୦.୪୩% । ତେବେ ଜାତୀୟ ହାର ଓ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁହାର କମ୍ ରହିଛି ।

Leave A Reply

Your email address will not be published.