Latest Odisha News

BREAKING NEWS

ହାଇକୋର୍ଟଙ୍କ ରହିବନି ହସ୍ତକ୍ଷେପ, ପରମ୍ପରା ଅନୁଯାୟୀ ରହିବ ମୂର୍ତ୍ତି ଉଚ୍ଚତା

ପୁରୀ: ହସ୍ତକ୍ଷେପ କରିବେନି ହାଇକୋର୍ଟ । ପୁରୀ ଗୋଷାଣୀ ଯାତ୍ରାରେ ପରମ୍ପରା ଅନୁଯାୟୀ ରହିବ ଦୁର୍ଗା ମୂର୍ତ୍ତି ଉଚ୍ଚତା । ଶ୍ରୀଜଗନ୍ନାଥ ମନ୍ଦିର ପରମ୍ପରା ସହିତ ଜଡ଼ିତ ଦୁର୍ଗାମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ କୌଣସି ହସ୍ତକ୍ଷେପ କରିବେ ନାହିଁ ହାଇକୋର୍ଟ। ସାତସାହି ପୂଜା କମିଟି ପକ୍ଷରୁ ଆଗତ ଏ ସଂକ୍ରାନ୍ତ ଏକ ମାମଲାର ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ପୂରା ପୂଜା ପ୍ରକ୍ରିୟା ମଧ୍ୟରେ କୋଭିଡ୍ ନିୟମାବଳିକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।  କିନ୍ତୁ ଏହି ମୂର୍ତ୍ତିଗୁଡ଼ିକର ଭସାଣ ଉତ୍ସବ କିପରି କରାଯିବ ସେ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବ । ପୁରୀ ଜିଲ୍ଲାପାଳ ଓ ଏସ୍‌ପି ଏହି ମୂର୍ତ୍ତିଗୁଡ଼ିକର ଭସାଣ ଉତ୍ସବ ଅଲଗା ଭାବେ ଆୟୋଜନ କରିବେ । ଏହି ବ୍ୟବସ୍ଥା କେବଳ ଚଳିତବର୍ଷ ପାଇଁ ଲାଗୁ ହେଉଥିବା ବେଳେ ପୁରୀର ଅନ୍ୟ ମଣ୍ଡପ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.