Latest Odisha News

କରାଚି ବିସ୍ଫୋରଣ; ଏପର୍ଯ୍ୟନ୍ତ ୩ ମୃତ ୧୫ ଆହତ

କରାଚି: ପଡୋଶୀ ଦେଶ ପାକିସ୍ତାନରେ କରାଚିରେ ଏକ ବଡ଼ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ଏହି ବିସ୍ଫୋରଣ ଗୁଲଶାନ-ଇ-ଇକବାଲରେ ମସ୍କାନ ଚୋରାଙ୍ଗିର ଦୁଇ ମହଲା କୋଠାରେ ଘଟିଛି। ତେବେ ବ୍ଲାଷ୍ଟ ସିଲିଣ୍ଡରର ବିସ୍ଫୋରଣ ହେତୁ କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି ତାହାର ସୂଚନା ଏଯାଏ ସ୍ପଷ୍ଟ ମିଳିପାରି ନାହିଁ।

ଏହି ବିସ୍ଫୋରଣ ପରେ ନିକଟସ୍ଥ ଅନେକ ଅଟ୍ଟାଳିକା ମଧ୍ୟ ନଷ୍ଟ ହୋଇଯାଇଛି। ଏହାପୂର୍ବରୁ ଗତକାଲି ମଧ୍ୟରାତ୍ରିରେ ଏଠାରେ ସେନା ଏବଂ ସିନ୍ଧ୍‌ ପୋଲିସଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଯାହା ଫଳରେ ବଡ଼ ଧରଣର ଗଣ୍ଡଗୋଳ ହୋଇଥିଲା।

Leave A Reply

Your email address will not be published.