Latest Odisha News

BREAKING NEWS

ପାହାଡୀ ନିଆଁରେ ଛାରଖାର ହେବାକୁ ବସିଲାଣି ଦକ୍ଷିଣ କାଲିଫର୍ଣ୍ଣିଆ: ପାଉଁଶ ଶତାଧିକ ଘର

ନୂଆଦିଲ୍ଲୀ: ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆରେ ଗତ ବୁଧବାର ପାହାଡରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଯାହା ପବନ ଦ୍ବାରା ଆହୁରି ଅଧିକ ମାଡୁଥିବା ବେଳେ ପୂରା ଦକ୍ଷିଣ କାଲିଫର୍ଣ୍ଣିଆକୁ ନିଜ ଅକ୍ତିଆରକୁ କରିନେଲାଣି । ଏଯାବତ ୧୩୨ଟି ଘର ସଂପୂର୍ଣ୍ଣ ଧ୍ବଂସ ହୋଇଯାଇଥିବା ବେଳେ ପାଖାପାଖି ୮୮ଟି ଘର ଆଂଶିକ ଭାବେ ଜଳି ନଷ୍ଟ ହୋଇଯାଇଛି । ସେପଟେ ପବନ ଦାଉ ସାଧିଥିବା ବେଳେ ଅଗ୍ନିକାଣ୍ଡ ଆହୁରି ବ୍ୟାପକ ହୋଇଥିବା ବେଳେ ଏହାକୁ ଆୟତ୍ତ କରିବାରେ ଫେଲ୍ ମାରିଛନ୍ତି ଅଗ୍ନିଶମ ବିଭାଗ । ନିଆଁ ଲିଭାଇବା ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ମୋଟ ୮୦୦ ଦମକଳ ବିଭାଗ ଏଂ ହେଲିକପ୍ଟର ଲାଗିଥିବା ବେଳେ ତଥାପି ନିଆଁ ଅଣାୟତ୍ତ ହୋଇଛି  ।

ଗଭର୍ଣ୍ଣର ଗେବିନ୍ ନ୍ୟୁଞ୍ଜାମଙ୍କ ସୂଚନା ଅନୁସାରେ, ଲସ୍ ଏଞ୍ଜିଲ୍ସର ଉତ୍ତର ପଶ୍ଚିମ ଦିଗରେ ପାହାଡରେ ନିଆଁ ବିସ୍ଫୋରଣ କାରଣରୁ କୈମାରିଲୋର ଆଖପାଖ ଅଞ୍ଚଳରେ ରହୁଥିବା ଉପନଗରୀୟ ସମୁଦାୟ, କୃଷି କ୍ଷେତ୍ର ଏବଂ ପାଖାପାଖି ୩୫୦୦ ଘରକୁ ବିପଦରେ ପକାଇଥିଲା । ପରେ ପବନ ବହିବା କାରଣରୁ ନିଆଁ ଧିରେ ଧିରେ ଅଣାୟତ୍ତ ହୋଇଥିଲା । ଫଳରେ ସେଠିକା ପାଖାପାଖି ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଏହି ଅଗ୍ନିକାଣ୍ଡ ୮୩ ବର୍ଗ କିମି ଅଞ୍ଚଳକୁ ବ୍ୟାପିଥିବା ବେଳେ ଏଥିରେ ପ୍ରାୟ ୨୦ ହଜାର ଏକରରୁ ଅଧିକ ଧ୍ବଂସ ହୋଇସାରିଲାଣି ।

ତେବେ ଦକ୍ଷିଣ କାଲିଫର୍ଣ୍ଣିଆର ଯେଉଁ ଅଞ୍ଚଳଗୁଡିକରରେ ନିଆଁ ଲାଗିଛି, ସେହି ଅଞ୍ଚଳ ଗତ କିଛି ବର୍ଷ ମଧ୍ୟରେ ସବୁଠୁ ଅଧିକ ବିନାଶକାରୀ ନିଆଁ ଦେଖିଛି । ତେବେ ଏହି ନିଆଁ ପବନ ଯୋଗୁଁ ଆହୁରି ଅଧିକ ବ୍ୟାପକ ହେବ ବୋଲି ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଏହି ନିଆଁ ସାନ ଫ୍ରାନସିସ୍କୋ ପର୍ଯ୍ୟନ୍ତ ବ୍ୟାପିବା ସହିତ ପ୍ରାୟେ ୨୫ ନିୟୁତ ଲୋକ ଏଥିରେ ପ୍ରଭାବିତ ହେବା ଆଶଙ୍କା କରାଯାଇଛି । ତେବେ ନିଆଁ ମାଡିବା ପୂର୍ବରୁ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

 

Comments are closed.