ପୁରୀ : ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦ ପକ୍ଷରୁ ୧୩ତମ ରାଜ୍ୟ ସ୍ତରୀୟ କବି ଓ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କବୀ ପ୍ରତିମା ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୬୦ଜଣ କବି କବିତା ପାଠ କରିଥିଲେ।
ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ଅବଢ଼ା’, ପିତାମ୍ବର ମହାପାତ୍ରଙ୍କ ରଚିତ ‘କଥା ପୋୖରାଣିକା’ ଏବଂ ମାସିକ ପତ୍ରିକା ‘ନେପଥ୍ୟ ପରିଚୟ, ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଡକ୍ଟର ସୁଚିତ୍ରା ରଥ , ପ୍ରିୟଙ୍କା ପ୍ରିୟଦର୍ଶିନୀ , ଯୋଗେନ୍ଦ୍ର ସାହୁ, ରୋଜାଳିନ ପଣ୍ଡା ଓ ନିବେଦିତା ସାହୁ ପରିଚାଳିତ କରିଥିଲେ।