Latest Odisha News

BREAKING NEWS

ଏସିଆନ ଗେମ୍ସ: ଭାରତୀୟ ଦଳରେ କିଟ, କିସର ୧୪ ଆଥଲେଟ

ଭୁବନେଶ୍ୱର: ଚୀନର ହାଙ୍ଗଝୋଉରେ ସେପ୍ଟମ୍ବର ୨୩ରୁ ଅକ୍ଟୋବର ୮ ପର୍ଯ୍ୟନ୍ତି ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଟିମ ଇଣ୍ଡିଆରେ କିଟ ଓ କିସର ୧୪ ଆଥଲେଟଙ୍କୁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ମିଳିଛି । ଏମାନେ ହେଲେ ସିଏ ଭୱାନୀ ଦେବୀ, ଅମିତ ରୋହୀଦାସ, ସଜନ ପ୍ରକାଶ, ଅଂଶିକା ଭାରତୀ, ପ୍ରିୟଙ୍କା, ସନ୍ଦୀପ କୁମାର, କିଶୋର କୁମାର ଜେନା, ତାଜିନ୍ଦରପାଲ ସିଂ ଟୁର, ଡୁମୁନି ମାରାଣ୍ଡି, ତାରୁଲତା ନାଏକ, ମାମା ନାଏକ, ହୁପି ମାଝି, ତେଜସ୍ୱିନୀ ସରକାର ଓ ଅମ୍ଳାନ ବୋରେଗେହେନ । କିଟର ସ୍ପୋର୍ଟ୍ସ ଡିଜି ଏହି ସମ୍ପର୍କରେ ସୂଚନା ଦେଇଥିଲେ । ଭୱାନୀ ଅସୀଚାଳନାର ମହିଳା ସାବରେ ଓ ଟିମ ସାବରେ ଅଂଶଗ୍ରହଣ କରିବେ । ସେହିପରି ଅମିତ ହକିରେ, ସଜନ ସନ୍ତରଣରେ, ଅଂଶିକା ମହିଳା ଲାଇଟୱେଟ ଡବଲ ସ୍କଲରେ, ପ୍ରିୟଙ୍କା ଓ ସନ୍ଦୀପ ଯଥାକ୍ରମେ ୨୦କିମି ମହିଳା ଏବଂ ପୁରୁଷ ରେସ ୱାକରେ ଅଂଶଗ୍ରହଣ କରିବେ ।

ରଗବୀ ୭ ମହିଳାରେ କିଟ ଓ କିସର ଡୁମୁନି, ତାରୁଲତା, ମାମା ଓ ହୁପି ଅଂଶଗ୍ରହଣ କରିବେ । କିଶୋର ଜାଭେଲିନରେ, ତାଜିନ୍ଦରପାଲ ଶଟପୁଟରେ, ତେଜସ୍ୱିନୀ ଡେକାଥଲନରେ ଓ ଅମ୍ଳାନ ପୁରୁଷ ୨୦୦ ମିଟରରେ ଭାରତ ପାଇଁ ପଦକ ଜିତିବା ନିମନ୍ତେ ଉଦ୍ୟମ କରିବେ । ସୂଚନାଯୋଗ୍ୟ, କିଟ ପକ୍ଷରୁ ଏ ପର୍ଯ୍ୟନ୍ତ ୧୩ଜଣ ଅଲିମ୍ପିଆନ ଦେଶର ନାମ କମାଇଛନ୍ତି । ସେମାନେ ହେଲେ ଦୂତି ଚାନ୍ଦ, ଭୱାନୀ, ପ୍ରିୟଙ୍କା, ରୋହୀଦାସ, ଶ୍ରାବଣୀ ନନ୍ଦ, ଶିବପାଲ ସିଂ, ସାଜନ, ଲିଲିମା ମିଞ୍ଜ, ସୁନୀତା ଲାକ୍ରା, ଟୁର, ସନ୍ଦୀପ ଓ ପାରା ଅଲିମ୍ପିଆନ ପ୍ରବୀଣ କୁମାର ଓ କଶୀଶ ଲାକ୍ରା ।

Leave A Reply

Your email address will not be published.