ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଗଣତନ୍ତ୍ର ଦିବସ ପରେଡ ଅବସରରେ ମୋଟ ୧୪ ଜଣ କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ। ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।
ଫାଇନାଲ୍ ରିହର୍ସଲକୁ ତଦାରଖ କରିବା ସମୟରେ ଏନେଇ ଡିଜିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କୋଭିଡ-୧୯ ମହାମାରୀ ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀ ମାନେ ଚଳିତ ବର୍ଷ ରାଜ୍ୟ ସ୍ତରୀୟ ପରେଡରେ ସାମିଲ ହେବେନି।
ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଥିବା ବେଳେ ଗାନ୍ଧୀ ମାର୍ଗରେ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ଆହୁରି ମଧ୍ୟ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ଏବଂ ମାଓବାଦୀ ମାନେ ହିଂସା ଛାଡି ମୁଖ୍ୟ ସ୍ରୋତରେ ଯୋଗ ଦେବାକୁ ଡିଜିପି ଆହ୍ବାନ କରିଛନ୍ତି।
Comments are closed.