Latest Odisha News

BREAKING NEWS

ବଜେଟ ବିଷୟରେ ୧୦ ଅଜଣା କଥା

ନୂଆଦିଲ୍ଲୀ:କରୋନା ମହାମାରୀ ପରେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏହା ଫେବୃୟାରୀ ପ୍ରଥମ କାର୍ଯ୍ୟ ଦିବସରେ ପ୍ରସ୍ତୁତ କରାଯିବ । ଆସନ୍ତୁ ଜାଣିବା ଏହି ବଜେଟର ୧୦ ଅଜଣା କଥା ।
୧.ବଜେଟର ଉତ୍ପତି: ବଜେଟ ଶବ୍ଦ ଲ୍ୟାଟିନ ଭାଷା ବୁଲଗାରୁ ଉତ୍ପତି । ଏହାର ଅର୍ଥ ହେଲା ଚମଡାର ଥଳୀ । ଏହା ପରେ ଫ୍ରାନ୍ସ ଭାଷାରେ ଏହାର ନାମ ବୋଉଗଟ ପଡିଲା । ପରେ ଅପଭ୍ରଂଶ ହୋଇ ଇଂରାଜୀ ବୋଜେଟ ଏବଂ ଶେଷରେ ବଜେଟ ହୋଇଥିଲା ।
୨.ଭାରତରେ ବଜେଟ: ଭାରତରେ ପ୍ରଥମ ବଜେଟ ଇଷ୍ଟ ଇଣ୍ଡିଆ କମ୍ପାନୀର ଜେମ୍ସ ୱିଲସନ ୧୮ ଫେବୃୟାରୀ ୧୮୬୦ରେ ଉପସ୍ଥାପନ କରିଥିଲେ । ଜେମ୍ସଙ୍କୁ ଭାରତୀୟ ବଜେଟର ଜନକ ବି କୁହାଯାଏ ।

୩.ସ୍ୱାଧୀନତା ପରେ ଭାରତର ପ୍ରଥମ ବଜେଟ: ସ୍ୱତନ୍ତ୍ର ଭାରତର ପ୍ରଥମ ବଜେଟ ଅର୍ଥମନ୍ତ୍ରୀ ଆରକେ ଶଣମୁଖମ ଚେଟ୍ଟୀ ୨୬ ନଭେମ୍ବର ୧୯୪୭ରେ ଏବଂ ଗଣତନ୍ତ୍ର ଭାରତର ପ୍ରଥମ ବଜେଟ ୨୮ ଫେବୃୟାରୀ ୧୯୫୦ ଜନ ମଥାଇ ଉପସ୍ଥାପନ କରିଥିଲେ ।
୪.ବଜେଟର ଛପା କାର୍ଯ୍ୟ: ପ୍ରଥମେ ବଜେଟ ପେପର ରାଷ୍ଟ୍ରପତି ଭବନରେ ଛପା ଯାଉଥିଲା । ୧୯୫୦ରେ ଏହା ଲିକ୍ ହେବା ପରେ ଏହାକୁ ଦିଲ୍ଲୀ ମିଂଟୋ ରୋଡ ସ୍ଥିତ ସିକ୍ୟୁରିଟି ପ୍ରେସରେ ଏବଂ ୧୯୮୦ରୁ ନର୍ଥ ବ୍ଲକରୁ ଛପା ଯାଉଛି ।
୫.ବଜେଟର ଗୋପନୀୟତା: ବଜେଟ ଗୋପନୀୟତା ପାଇଁ ପ୍ରଥମେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ହାଲୱା ନୀତି ପାଳନ କରାଯାଏ । ଏହା ପରେ ମନ୍ତ୍ରଣାଳୟ କୌଣସି ଅଧିକାରୀ କାହା ସମ୍ପର୍କରେ ରହି ନ ଥାଏ । ଏପରି କି ପରିବାରଠାରୁ ମଧ୍ୟ ଦୂରେଇ ରହିଥାନ୍ତ । ନର୍ଥ ବ୍ଲକରେ ମୋବାଇଲ ଜ୍ୟାମର ଲଗା ଯାଇଥାଏ ।
୬. ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ବଜେଟ ଉପସ୍ଥାପନ: ୧୯୫୮-୫୯ରେ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ପ୍ରଥମେ ଏହାକୁ ସଂସଦରେ ଉପସ୍ଥାପିତ କରିଥିଲେ । ସେ ସମୟରେ ଅର୍ଥ ମନ୍ତ୍ରଣାଳୟ ତାଙ୍କ ହାତରେ ଥିଲା । ତାଙ୍କ ପରେ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀ ଥିବା ବେଳେ ବଜେଟ ଉପସ୍ଥାପନ କରିଥିଲେ ।
୭.ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ବଜେଟ ଉପସ୍ଥାପନ: ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧୀ ୧୯୭୦ରେ ଉପସ୍ଥାପନ କରିଥିଲେ । ପ୍ରଧାନ ମନ୍ତ୍ରୀ ଥିବା ବେଳେ ଅର୍ଥ ମନ୍ତ୍ରଣାଳୟ ତାଙ୍କ ହାତରେ ରଖିଥିଲେ । ତେବେ ନିର୍ମଳା ସୀତାରମଣ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ଏହାକୁ ଉପସ୍ଥାପନ କରିଥିଲେ ।

୮. ଅଧିକ ଥର ବଜେଟ ଉପସ୍ଥାପନ: ପୂର୍ବ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଈ (୬ ଥର ଅର୍ଥମନ୍ତ୍ରୀ ଓ ୪ଥର ପ୍ରଧାନମନ୍ତ୍ରୀ ଥିବା ବେଳେ) ୧୦ ଥର ବଜେଟ ଉପସ୍ଥାପନ କରିଛନ୍ତି ।
୯.ବଜେଟ ସମୟରେ ପରିବର୍ତନ: ୨୦୦୦ ପର୍ଯ୍ୟନ୍ତ ବଜେଟକୁ ସନ୍ଧ୍ୟା ସମୟରେ ଉପସ୍ଥାପନ କରାଯାଉଥିଲା । ୨୦୦୧ରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟର ଏହି ପରମ୍ପରା ଭାଙ୍ଗି ଦିନ ୧୧ଟା ବେଳେ ଉପସ୍ଥାପିତ କରିଥିଲେ ।
୧୦. ବଜେଟ ତାରିଖରେ ପରିବର୍ତନ: ୨୦୧୭ ପର୍ଯ୍ୟନ୍ତ ଫେବୃୟାରୀରର ଶେଷ କାର୍ଯ୍ୟ ଦିବସରେ ଏହାକୁ ଉପସ୍ଥାପିତ କରାଯାଉଥିଲା । ୨୦୧୭ରୁ ଏନଡିଏ ସରକାର ଉଭୟ ରେଳ ଏବଂ ସାଧାରଣ ବଜେଟ ଏକସଙ୍ଗେ ଫେବୃୟାରୀରର ପ୍ରଥମ କାର୍ଯ୍ୟଦିବସରେ ଉପସ୍ଥାପିତ କରିଥିଲେ ।

Leave A Reply

Your email address will not be published.