Latest Odisha News

କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ 

ଢେଙ୍କାନାଳ : ଢେଙ୍କାନାଳ ସହର ଷ୍ଟେସନ ବଜାର ଅଞ୍ଚଳରେ ଥିବା କଳିଙ୍ଗ ଝୋଟ କାରଖାନାରେ ଦୁର୍ଘଟଣା ଘଟିଛି । କାରଖାନାରେ କାମ କରୁଥିବା ବେଳେ ମେସିନରେ ଚାପ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । 

ମୃତକ ଜଣଙ୍କ କଟକ ଗୁରୁଡିଝାଟିଆର ପ୍ରଶାନ୍ତ ରାଉତ ବୋଲି ଜଣାପଡିଛି । ପ୍ରଶାନ୍ତ କାରଖାନାରେ ମିଲିଂ ୟୁନିଟରେ କାମ କରୁଥିଲେ । ତେବେ ସେଫ୍ଟି କିଟ୍ ନ ପିନ୍ଧି କାମ କରୁଥିବାରୁ ଏଭଳି ଅଘଟଣ ଘଟିଛି ବୋଲି ଜଣାପଡିଛି । ପ୍ରଶାନ୍ତଙ୍କ ମୃତ୍ୟୁ ପରେ କାରଖାନାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । 

Leave A Reply

Your email address will not be published.