ଭୁବନେଶ୍ୱର: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ପୁଣି ଥରେ ଲାଗୁ ହୋଇଛି ଲକଡାଉନ ନିୟମ । ଶୁକ୍ରବାର( ଆଜି ) ରାତି ୯ଟାରୁ ୧୪ ଦିନିଆ ଲକଡ଼ାଉନ ନିୟମ ଲାଗୁ ହେବାକୁ ଥିବା ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଳା ସହ ରାଉରକେଲା ମହାନଗର ନିଗମ । ଏଠାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ସହ ବୃଦ୍ଧି ପାଉଥିବା ବେଳେ ଏମାନେ ପାଲଟିଛନ୍ତି କରୋନା ହଟସ୍ପଟ।
ନିୟମ ଅନୁଯାୟୀ, ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ , କାର୍ଯ୍ୟାଳୟ, ଅନୁଷ୍ଠାନ ବନ୍ଦ ରହିବ।ପରିବା, ତେଜରାତି, କ୍ଷୀର ଆଦି ଦୋକାନ ସକାଳ ୬ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ।
ଏହାସହ ବାଦ୍ ଏହି ୪ଟି ଜିଲ୍ଲାରେ ପୂର୍ବ ଭଳି ସାପ୍ତାହିକ ସଟଡ଼ାଉନ ନିୟମ ଲାଗୁ ହେବ ନାହିଁ। ମାତ୍ର ଅନ୍ୟ ସମସ୍ତ ଜିଲ୍ଲାରେ ଏହି କଟକଣା ବଳବତ୍ତର ରହିବ। ଏହାସହ ବିନା କୌଣସି ଜରୁରୀ କାରଣ ରେ କଟକ ଓ ଭୁବନେଶ୍ୱର ଭିତରକୁ କୌଣସି ଗାଡ଼ି ଛଡ଼ାଯିବ ନାହିଁ।
ମୁଖ୍ୟ ଶାସନ ସଚିବ ଦେଇଥିବା ସୁଚନା ଅନୁଯାୟୀ ସୂଚନା ଅନୁଯାୟୀ, ଏହି ୧୪ ଦିନ ମଧ୍ୟରେ ବ୍ୟାପକ ମାତ୍ରାରେ ସର୍ଭେଲାନ୍ସ ଓ ଟେଷ୍ଟିଂ କରାଯିବ। ଏହି କଟକଣାକୁ ଉଲ୍ଲଂଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Comments are closed.