ଭୁବନେଶ୍ୱର: ରାଜ୍ୟର ୧୪ ବରିଷ୍ଠ OASଙ୍କ ପଦୋନ୍ନତି କଲେ ରାଷ୍ଟ୍ରପତି। କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ୨୦୨୫ ସିଲେକ୍ଟ ଲିଷ୍ଟ ଆଧାରରେ ପଦନ୍ନୋତି ହୋଇଛି। ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବାରେ ୧୪ ଅଧିକାରୀଙ୍କ ପଦୋନ୍ନତି ଦେଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।
ଭାରତୀୟ ପ୍ରଶାସନିକ ସେବା (ପରୀକ୍ଷା କାଳ) ନିୟମାବଳୀ, ୧୯୫୪ର ନିୟମ ୩ ଦ୍ୱାରା ପ୍ରଦତ୍ତ କ୍ଷମତା ପ୍ରୟୋଗ କରି, ରାଷ୍ଟ୍ରପତି ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବାର ୧୪ ଜଣ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ତେବେ ଏହି ପଦୋନ୍ନତି ପାଇଥିବା ଅଧିକାରୀମାନେ ଭାରତୀୟ ପ୍ରଶାସନିକ ସେବା (କ୍ୟାଡର) ନିୟମାବଳୀ, ୧୯୫୪ର ନିୟମ ୫(୧) ଅନୁଯାୟୀ ୨୦୨୫ ବର୍ଷ ପାଇଁ ‘ଓଡ଼ିଶା କ୍ୟାଡର’ ଅଧିକାରୀ ଭାବେ ନିଯୁକ୍ତି ପାଇବେ।
୧୪ OAS ଅଫିସରଙ୍କ ତାଲିକା-
- ସୁର୍ଯ୍ୟ ନାରାୟଣ ଦାସ
- ସୁମିତା ସରକାର
- ବଳମକୁନ୍ଦ ଭୂୟାଁ
- ସୌଦାମିନୀ ସେଠୀ
- ମଧୁମିତା ନାୟକ
- ଜ୍ୟୋତିର୍ମୟୀ ପ୍ରଧାନ
- ମଧୁମିତା ନାୟକ
- ବବିତା ମହାନ୍ତି
- ଅନୁଜ କୁମାର ଦାସ ପଟ୍ଟନାୟକ
- ଜ୍ୟୋତିରଞ୍ଜନ ମିଶ୍ର
- ସୁରେନ୍ଦ୍ର କୁମାର ପଣ୍ଡା
- ଶୁଭ୍ରା ମହାନ୍ତି
- ସଂଘମିତ୍ରା ଶତପଥୀ
- ହିମାଂଶୁ ଶେଖର ବେହେରା


Comments are closed.