Latest Odisha News

ମିସାଇଲ୍ ଆକାଶର ସଫଳ ପରୀକ୍ଷଣ, ଡିଆରଡିଓକୁ ସଫଳତା

ବାଲେଶ୍ବର : ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରୁଥିବା ମିସାଇଲ ଆକାଶର ସଫଳ ପରୀକ୍ଷଣ ହୋଇଛି । ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ମିସାଇଲ ଆକାଶର ସଫଳ ପରୀକ୍ଷଣ କରାଯାଇଛି । ଅପରାହ୍ଣ ୨ଟା ୨୫ରେ ମିସାଇଲ ଆକାଶ-ଏନଜିକୁ ଭୂ-ପୃଷ୍ଠରୁ ଉତକ୍ଷେପଣ କରାଯାଇଥିଲା ।

ବାୟୁସେନାରେ ସାମିଲ୍ ଥିବା ଆକାଶ ମିଶାଇଲ୍ ସ୍ଥିରିକୃତ ଟାର୍ଗେଟକୁ ଲକ୍ଷ୍ୟଭେଦ କରିଛି । ଶତ୍ରୁପକ୍ଷ ଆକାଶ ମାର୍ଗରୁ କରୁଥିବା ଶକ୍ତିଶାଳୀ ଆକ୍ରମଣକୁ ପ୍ରତିହତ ବା ନଷ୍ଟ କରିବାରେ ଏହି ମିସାଇଲ ସକ୍ଷମ । ମିସାଇଲ୍ ଆକାଶ ଶବ୍ଦର ବେଗ ଠାରୁ ଅଢ଼େଇଗୁଣ ଅଧିକ ବେଗରେ ଲକ୍ଷ୍ୟଭେଦ କରିପାରୁଛି । ଆକାଶ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର ରହିଥିବା ବେଳେ ଓଜନ ୭୨୦ କିଲୋଗ୍ରାମ, ଲମ୍ବ ୫.୭୮ ମିଟର ।

କ୍ଷେପଣାସ୍ତ୍ର ଆକାଶକୁ ଶତ୍ରୁ ରାଷ୍ଟ୍ରକୁ ରପ୍ତାନୀ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ପୂର୍ବରୁ ଅନୁମତି ଦେଇଛନ୍ତି । ଡିଆରଡିଓ ବିକଶିତ କରିଥିବା କ୍ଷେପଣାସ୍ତ୍ର ଆକାଶ ଗୋଟିଏ ଥରରେ ଏକାଧିକ ଲକ୍ଷ୍ୟଭେଦ କରିପାରିବ । ଏହା ସୁପରସୋନିକ ବେଗରେ ଗତି କରି ଉଭୟ ସବସୋନିକ ଓ ସୁପରସୋନିକ ଟାର୍ଗେଟକୁ ନଷ୍ଟ କରିପାରିବ ।

Leave A Reply

Your email address will not be published.