Latest Odisha News

BREAKING NEWS

ଆଜି ମଧ୍ୟରାତ୍ରିରୁ ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗୁ ହେବ ୧୪୪ ଧାରା

ପିପିଲି (ପୁରୀ): ଆସନ୍ତାକାଲି ପବିତ୍ର ଅଁଳା ନବମୀ । ଏହି ଦିନ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧାପଦ ଦର୍ଶନ କରାଯାଏ । ଏବର୍ଷ କରୋନା କଟକଣା ଯୋଗୁ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ତାପୂର୍ବରୁ ଆଜି ସାକ୍ଷୀଗୋପାଳ ମନ୍ଦିରରେ ଲାଗୁ ହେବ ୧୪୪ ଧାରା ।

ଅଁଳା ନବମୀରେ ଭକ୍ତ ଆସିବା ଓ ଭିଡ଼ ଆଶଙ୍କା କରି ଆଗକୁ ପଦକ୍ଷେପ ନେଇଛି ପ୍ରଶାସନ । ଆଜି ମଧ୍ୟରାତ୍ରିରୁ ମନ୍ଦିର ଚାରିପଟେ ଦୁଇ ଶହ ମିଟର ଯାଏ ଅଞ୍ଚଳରେ ୧୪୪ ଧାରା ଲାଗୁ ହେବ । ଚନ୍ଦନ ପୋଖରୀଠାରୁ ସିଦ୍ଧବକୁଳ ଯାଏ କଟକଣା ଜାରି କରାଯାଇଛି ।

ଆସନ୍ତା ୨୫ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ । ପ୍ରତିବର୍ଷ ଅଳାଁ ନବମୀରେ ସାକ୍ଷୀଗୋପାଳ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତବର୍ଷ କରୋନା ଯୋଗୁ ଶ୍ରୀରାଧାପଦ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ ।

Leave A Reply

Your email address will not be published.