Latest Odisha News

ଭୁବନେଶ୍ୱରରେ ଆଉ ୧୪୯ ପଜିଟିଭ ଚିହ୍ନଟ, ୧୪୫ ସୁସ୍ଥ

ଭୁବନେଶ୍ୱର: ବିପଦରେ ଭୁବନେଶ୍ୱର । ଦିନକୁ ଦିନ ଏଠି ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୧୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୧ ଜଣ ଅଛନ୍ତି । ଏହା ସହ ରାଜଧାନୀରେ ୧୪୫ ଜଣ ସୁସ୍ଥ ହୋଇଛନ୍ତି ।

ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସିରିପୁର କନ୍ଧସାହିରୁ ଆଜି ୧୨ ଜଣ ମହିଳା ଓ ୨ ଜଣ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିଭଳି ସାଳିଆ ସାହିରୁ ୧୧ ଜଣ ପୁରୁଷ ଓ ଜଣେ ପୁରୁଷଙ୍କ ସମେତ ନୟାପଲ୍ଲୀ ବ୍ରିଟ କଲୋନିରୁ ୭ ଜଣ ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୧୭କୁ ବୃଦ୍ଧି ପାଇଛି । ୧୯୪୩ ଜଣ ସୁସ୍ଥ ହୋଇଥିବା ବେଳେ ୧୨୫୪ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ୧୮ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.