Latest Odisha News

BREAKING NEWS

‘ଶିଳାଶ୍ରୀ’ର ୧୪ତମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର : ତ୍ରୈମାସିକ ସାହିତ୍ୟ ପତ୍ରିକା ଶିଳାଶ୍ରୀର ୧୪ତମ ବାର୍ଷିକ ଉତ୍ସବ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପୂର୍ବତନ ସଂସ୍କୃତି ନିର୍ଦ୍ଦେଶକ ବିଜୟ ନାୟକ ମୁଖ୍ୟ ଅତିଥି , ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଭାସ ଆଚାର୍ଯ୍ୟ ସମ୍ମାନିତ ଅତିଥି ଏବଂ ହର ପ୍ରସନ୍ନ ଦାସ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।

BjdElectrycity

ଏହି ଅବସରରେ ଶିଳାଶ୍ରୀ ପତ୍ରିକାର ୫୦ତମ ସଂଖ୍ୟା ‘ସାଗର’ ଉନ୍ମୋଚିତ ହୋଇଥିଲା। ଏହା ସହ ଶୁଭଶ୍ରୀ ପଟ୍ଟନାୟକଙ୍କ କବିତା ସଙ୍କଳନ ‘ଭାବପର୍ଣ୍ଣା’ ଓ ବାସନ୍ତୀ ଦାଶଙ୍କର କବିତା ସଙ୍କଳନ ‘ମୁଁ କିନ୍ତୁ ବିନ୍ଦାସ’ ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହି ଉତ୍ସବରେ ରୀତା ଅପରାଜିତା ମହାନ୍ତି ଙ୍କୁ ଶିଳାଶ୍ରୀ ଶଶୀମଣି ଦେବୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ଏବଂ ଅନୁଷ୍ଠାନ ପକ୍ଷରୁ ଅନ୍ୟ ୯ ଜଣ କବି ଓ ସାମଜସେବୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଶୁଭଶ୍ରୀ ପଟ୍ଟନାୟକଙ୍କ ବେଦ ପାଠ ସହ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସେବା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ବାସନ୍ତୀ ଦାସ ବାର୍ଷିକ ବିବରଣୀ ପାଠ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ମିନତୀ ବେହେରା ଓ ରୀତା ଅପରାଜିତା ମହାନ୍ତି ସଂଯୋଜନା କରିଥିଲେ।

Leave A Reply

Your email address will not be published.